
ବିଷମକଟକ,୧/୦୪(ଜିଲ୍ଲା ଖବର) ଚାଷୀଙ୍କୁ ଚାଷକ୍ଷେତ୍ରରେ ଉନ୍ନତି କରିବା ଏବଂ ରୋଜଗାର ବାଟ ଦେଖାଇବା ପାଇଁ ଡଙ୍ଗରିଆ କନ୍ଦ ଉନ୍ନୟନ ପ୍ରକଳ୍ପ ( ଓପିଲିପି ) ତରଫରୁ ଚାଷୀଙ୍କୁ ବିଭିନ୍ନ ପ୍ରକାର ପନିପରିବା ଜାତୀୟ ବିହନ ଦିଆଯାଉଛି। ଅଧିକ ପରିବା ଅମଳ କରି ବହୁତ ଖୁସି ଅନୁଭବ କରୁଛନ୍ତି।ସ୍ଥାନୀୟ ଚାଷୀ ।

ଏ ହେଉଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ଗ୍ରାମ l ଏ ଅଞ୍ଚଳରେ ପ୍ରାୟତଃ ଆଦୀମ ଜନଜାତି ଡଙ୍ଗରିଆ କନ୍ଦ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ଓ ଚାଷ ଉପରେ ନିର୍ଭରଶୀଳ କରନ୍ତି ଚାଷୀଙ୍କୁ ସ୍ବାବଲମ୍ବି କରିବାପାଇଁ ଆଳୁ,ପିଆଜ,କାନ୍ଦୁଲ, ଟମାଟ, ଫୁଲକବି ଆଦି ପନିପରିବା ଜାତୀୟ ବିହନ ଡଙ୍ଗରିଆ କନ୍ଦ ଉନ୍ନୟନ ପ୍ରକଳ୍ପ ସଂସ୍ଥା (ଓପିଲିପି) ମାଧ୍ୟମରେ ଏ ଅଞ୍ଚଳର ଚାଷୀଙ୍କ ବିକାଶ ପାଇଁ ବିଭିନ୍ନପ୍ରକାରର ପନିପରିବା ଜାତୀୟ ବିହନ ଯୋଗେଇ ଦିଆଯାଉଛି ।

ସେହି ବୀହନ ରୁ ଅଧିକ ଫସଲ ଅମଳ କରି ଅଧିକ ଟଙ୍କା ଆଦାୟ କରୁଛନ୍ତି ସ୍ଥାନୀୟ ଚାଷୀ ମାନେ। ଓପିଲିପି ର ଏହି ମହନ କାର୍ଯ୍ୟ କୁ ଦେଖି ବେଶ ଖୁସି ଅଛନ୍ତି ଡାଲିଆ କୁଜି ପଚାୟତର ସମସ୍ତ ଚାଷୀ।
ରିପୋର୍ଟ,ପ୍ରସନ କୁମାର ପଣ୍ଡା


