
ଜଟଣୀ,୩୧/୦୩(ଜିଲ୍ଲା ଖଵର) : ଜଟଣୀର ସର୍ବପୁରାତନ କେଦାରଶ୍ୱର ଦେବଙ୍କ ଫୁଲଦୋଳ ମେଳଣ ଦିର୍ଘ 70 ବର୍ଷ ପରେ ପୁଣି ଆରମ୍ଭ ହୋଇଛି । ଜଟଣୀବ୍ଲକ ଅନ୍ତର୍ଗତ ଭିମପୁର ଓ ଉପରବସ୍ତ ଗ୍ରାମର ମିଳିତ ଉଦ୍ୟେମରେ ଏହି ମେଳଣ ପୁଣିଥରେ ଆରମ୍ଭ କରିଛନ୍ତି ଗ୍ରାମବାସୀମାନେ ଗ୍ରାମର ମୂଖିଆମାନେ ପୁଣିଥରେ ଏହି ଫୁଲଦୋଳ ମେଳଣ ଆରମ୍ଭ କରିବାକୁ ଅଂଟା ଭିଡିଛନ୍ତି । ଭିମପୁର ଏବଂ ଉପରବସ୍ତ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ୩ଦିନିଆ ଫୁଲଦୋଳ ଉତ୍ସବ ଆୟୋଜନ କରାଯାଇଛି ।

ଏହି ଫୁଲଦୋଳ ମେଳଣ ପୁର୍ଣ୍ଣିମାରେ ଜମାଣ ହୋଇଥିବା ବେଳେ ହୋଲିଦିନରେ ଠାକୁର ଖୁଂଟିଲାଗି ହୋଇଥାନ୍ତି । ସେହିପରି ଅନ୍ତିମ ଦିବସ ତଥା ହୋଲିବାସୀ ଦିନରେ ଠାକୁରଙ୍କ ମେଳଣ କରାଯିବାର ପ୍ରଥା ରହିଥିଲା । ତେଣୁ ପ୍ରଥାନୁସାରେ ଏହାକୁ ଚଳିତ ବର୍ଷ ଆରମ୍ଭ କରାଯାଇଥିଲା । ଏଥିରେ ବିଭିନ୍ନ ଗ୍ରାମର ୨୧ଟି ଦୋଳ ବିମାନ ଯୋଗଦାନ କରିଥିଲେ । ଏହି ଫୁଲଦୋଳ ଉତ୍ସବକୁ ଗ୍ରାମର ଦିବାକର ମଙ୍ଗରାଜ, କିଶୋର ଚନ୍ଦ୍ର ସାମନ୍ତରାୟ, ଫୁର୍ଣ୍ଣଚନ୍ଦ୍ର ସାମନ୍ତରାୟ, ମୂରଲୀଧର ପ୍ରଧାନ, ଗଙ୍ଗାଧର ମାଝୀ, ଦୁର୍ଗାଚରଣ ପ୍ରଧାନ, ରବିନ୍ଦ୍ର କୁମାର ମାଝୀ, ଲକ୍ଷ୍ମୀଧର ସାମନ୍ତରାୟଙ୍କ ସହିତ ଅନ୍ୟମାନେ ସହଯୋଗ କରିଥିଲେ ।
ରୀପୋର୍ଟ ,ସଞ୍ଜୀବ କୁମାର


