Monday, November 16, 2026
Home ଆଞ୍ଚଳିକ ଜଟଣୀ ଜେ. ଏମ. ଏଫ. ସି କୋଟ୍ ପରିସରରେ ନୂତନ ଭାବେ ନିର୍ବାଚିତ ହୋଇଥିବା ସଭ୍ୟ...

ଜଟଣୀ ଜେ. ଏମ. ଏଫ. ସି କୋଟ୍ ପରିସରରେ ନୂତନ ଭାବେ ନିର୍ବାଚିତ ହୋଇଥିବା ସଭ୍ୟ ମାନେ ଶପଥ ଗ୍ରହଣ

25

ଖୋର୍ଦ୍ଧା,୩୧/୦୩(ଜିଲ୍ଲା ଖଵର) :ଆଜି ସ୍ଥାନୀୟ ଜଟଣୀ ଜେ. ଏମ. ଏଫ. ସି କୋଟ୍ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି
ନୂତନ ଭାବେ ନିର୍ବାଚିତ ହୋଇଥିବା ସଭ୍ୟ ମାନେ ଶପଥ ଗ୍ରହଣ କରିଥିଲେ। ଏହି ପରି ପକ୍ଷରେ ଜଟଣୀ ର ବରିଷ୍ଠ ଆଇନଜୀବି ସୁରେନ୍ଦ୍ର ନାୟକ ସେମାନଙ୍କୁ ଶପଥ ପାଠ କରାଇଥିଲେ। ଏଥିରେ ଜଟଣୀ ର ବହୁ ଆଇନଜୀବି ଯୋଗୋଦେଇଥିଲେ।
ଏହି ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀ ଅଧିବକ୍ତା ଶ୍ରୀ ଅକ୍ଷାଂସୁ ନାୟକ, ଅବକ୍ତା ନିରଞ୍ଜନ ପଣ୍ଡା ପ୍ରମୁଖ ସଭାପତି ଦେବବ୍ରତ ପାଢ଼ୀ, . ଉପ ସଭାପତି ଦିଲ୍ଲୀପ କୁମାର ସୁବୁଦ୍ଧି, ସମ୍ପାଦକ ସଞ୍ଜୟ କୁମାର ମହାପାତ୍ର । ଅତିରିକ୍ତ ସମ୍ପାଦକ ସୁଶାନ୍ତ କୁମାର ସୁବୁଦ୍ଧି,କୋଷାଧକ୍ଷ ବିଶ୍ବଜିତ୍ ପୋଦାର ଏବଂ କାର୍ଯ୍ୟକାରି କମିଟିର ସଭ୍ୟ ଯଥାକ୍ରମେ ପ୍ରକାଶ କୁମାର ଜେନା, | ସୁଶିଲ୍ କୁମାର ରଥ, ପବିତ୍ର କୁମାର ବଳିୟାରସିଂହ, ରଷିକୁଲ୍ୟା ସାମନ୍ତରାୟ ମାନସ କୁମାର ସୁବୁଦ୍ଧି ଓ ଶୁଭେନ୍ଦୁ ପଟ୍ଟନାୟକ ପ୍ରମୁଖଙ୍କୁ ଶପଥ ପାଠ କରାଇଥିଲେ। ନୂତନ ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ପଦମର୍ଜୟଦା ରକ୍ଷା ନିମନ୍ତେ ପରାମର୍ଶ ଦେଇଛନ୍ତି।

ରିପୋର୍ଟ,ସଞ୍ଜୀବ କୁମାର