
ବୁଗୁଡ଼ା: ୩୧/୦୩(ଜିଲ୍ଲା ଖଵର) : ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ କାମେଶ୍ବର ବେହେରା ଆଜି ନିଜ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି ।ଏହି ଅବସରରେ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ଅଧ୍ୟାପକ ସର୍ବଶ୍ରୀ କୈଳାଶ ଚନ୍ଦ୍ର ସେନାପତି, ସିମାଞ୍ଚଳ ଦାସ, ସୁଶାନ୍ତ କୁମାର ପଣ୍ଡା, ଶିଶିର କୁମାର ନାୟକ, ଡ଼ଃ.ଦିଲ୍ଲୀପ କୁମାର ପ୍ରଧାନ, ଜ୍ଞାନ ଚାନ୍ଦ ଗୈାଡ, ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ, ସ୍ମିତାରାଣୀ ସାହୁ ପ୍ରମୁଖ ଯୋଗଦେଇ ବିଦାୟୀ ଅଧ୍ୟାପକ ବେହେରାଙ୍କ ଗୁଣବତ୍ତା ଓ ପାରଦର୍ଶିତା ସମ୍ପର୍କରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ କର୍ମଚାରୀ ତଥା ଭାବଗ୍ରାହୀ ମହାପାତ୍ର, ରଶ୍ମି ରଞ୍ଜନ ତ୍ରିପାଠୀ, ରମାକାନ୍ତ ରାଉତ, କାହ୍ନୁ ଚରଣ ଦାସ, ସଞ୍ଜୟ କୁମାର ବିଷୋୟୀ, ମହେଶ୍ବର ଗୈାଡ, ଦଣ୍ଡପାଣି ଡାକୁଆ, ବିଜୟ କୁମାର ଗୈାଡ, ଶିବରାମ ନାୟକ, ନିରଞ୍ଜନ ନାୟକ, ସଞ୍ଜୟ କୁମାର ରାଉତ, ହିମାଂଶୁ ଶେଖର ମିଶ୍ର, ସୁବାସ ନନ୍ଦ ପ୍ରମୁଖ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ ଉପଢ଼ୌକନ ଓ ଗୀତା ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶେଷରେ କ୍ରୀଡ଼ା ଅଧ୍ୟାପକ ଦାମୋଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ: ରତ୍ନାକର ମହାରଣା


