
ବାଲିଗୁଡା,୩୧/୦୩{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରେବୀଙ୍ଗିଆ ତୁଳି ପାଜୁ ଜଙ୍ଗଲରୁ ମାଟି ତଳୁ ନର କଙ୍କାଳ ଉଦ୍ଧାର ଘଟଣା ପର୍ଦ୍ଦାଫାଶ କରିଛି ବାଲିଗୁଡା ପୋଲିସ । ନିଖୋଜ ଟିକୁନ ଗୌଡ଼କୁ ପୂର୍ବ ଶତ୍ରୁତା କାରଣରୁ ସମ୍ପର୍କୀୟମାନେ ହତ୍ୟା କରି ମାଟି ତଳେ ଶବକୁ ପୋତି ଦେଇଥିବା ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ଏବଂ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l
ଗତ 22.02.2021 ରିଖ ଦିନ କୁଟିଗୁଡ଼ା ଗ୍ରାମର ଟିକୁନ ଗଉଡ଼ ନାମକ ବ୍ୟକ୍ତି ରେବୀଙ୍ଗିଆ ଗ୍ରାମ ରେ ଭୋଜିଖାଇବି କହି ଆସି ଆଉ ଘରକୁ ଫେରିନଥିଲା | ଏହି ସଂକ୍ରାନ୍ତୀୟ ପରିବାରର ସମସ୍ତ ସଦସ୍ୟ ଚାରିଆଡେ ଖୋଜାଖୋଜି କରି ବାଲିଗୁଡା ଥାନାରେ ଗତ ତା 04.03.2021ରିଖ ଦିନ ବାଲିଗୁଡା ଥାନା maa missing register nomber-04/21ରେ registration ହୋଇଥିଲା | ଗତ 25.03.2021 ରିଖ ଦିନ ହଜିଥିବା ବ୍ୟକ୍ତି ଟିକୁନ ଗଉଡ଼ ଙ୍କ ପୁଅ ଫିରୋଜ ଗଉଡ଼ ଥାନାରେ ଦେବା ଲିଖିତ ଅଭିଯୋଗ ଆଧାରରେ ବାଲିଗୁଡା ଥାନା କେସ ନମ୍ବର -58/21ରେ ମର୍ଡ଼ର କେସ ରେଜିଷ୍ଟ୍ରସନ କରି ତଦନ୍ତ ଚଳାଇଥିଲା ଏବଂ ଉକ୍ତ ଗଳିତ ଓ କଙ୍କାଳ ପାଲଟି ଥିବା ମରଶରୀର କୁ Executive Magistrate ଓ ସାକ୍ଷୀ ମାନଙ୍କ ଉପସ୍ଥିତିରେ ମାଟି ଭିତରୁ ବାହାର କରି ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ଦ୍ୱାରା ତଦନ୍ତ କରାଯାଇଥିଲା | ତଦନ୍ତ ସମୟରେ ପଡି ଗାଁର ଅଜୁ @ ଅଜୟ ବଗର୍ତି ଓ ବିପିନ ବଗର୍ତି ଦୁଇ ଭାଇ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଟିକୁନ ଗଉଡ଼ ମାରି ପୋତିଦେବା କଥା ସ୍ୱୀକାର କରିଛନ୍ତି | ପ୍ରକାଶ ଥାଉକି ଟିକୁନ ଗଉଡ଼ ର ପରିବାର ଓ ଅଭିଯୁକ୍ତ ମାନଙ୍କ ପରିବାର ସହ ପୁରୁଣା ଜମି ବିବାଦ ଲାଗିରହିଥିଲା ଏବଂ ଅଜୁ ଓ ବିପିନ ଟିକୁନ ଗଉଡ଼ କୁ ମାରିଦେବାପାଇଁ ଧମକ ଦେଇଥିଲେ | କେସ ରେ ଅଭିଯୁକ୍ତ ଅଜୁ ବଗର୍ତି, ବିପିନ ବଗର୍ତି ଓ ଭଇରା ଗୌଡ଼ କୁ ଟିକୁନ ଗୌଡ଼ ର ମର୍ଡ଼ର କେସ ରେ ଗିରଫ କରାଯାଇଅଛି ଓ କୋର୍ଟ ଚାଲନ କରାଯିବ |


