Friday, November 13, 2026
Home ଆଞ୍ଚଳିକ ଖୋର୍ଦ୍ଧା- ନୟାଗଡ ଟାଉନ ମଧ୍ୟରେ ରେଳବୈଦ୍ୟୁତି କରଣ ଯାଂଞ୍ଚ

ଖୋର୍ଦ୍ଧା- ନୟାଗଡ ଟାଉନ ମଧ୍ୟରେ ରେଳବୈଦ୍ୟୁତି କରଣ ଯାଂଞ୍ଚ

35

ଜଟଣୀ,୩୦/୦୩(ଜିଲ୍ଲା ଖଵର) : ଖୋର୍ଦ୍ଧାରୋଡ ଏବଂ ନୟାଗଡ ଟାଉନ ମଧ୍ୟରେ ରେଳବୈଦ୍ୟୁତି କରଣ କାର୍ଯ୍ୟ ଶେଷ ହୋଇଯାଇଥିବା ବେଳେ ଉଚ୍ଚପ୍ରଦସ୍ଥଧିକାରୀଙ୍କ ଦ୍ୱାରା ଏହାର ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ସହିତ ନୟାଗଡ ଟାଉନ ଏବଂ ମହିପୁର ମଧ୍ୟରେ ବିଦ୍ୟୁତିକରଣ କାର୍ଯ୍ୟ ଶେଷ କରାଯିବ ବୋଲି କୁହାଯାଇଛି । ରେଳସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ବୌଦ୍ୟୁତିକରଣ କାର୍ଯ୍ୟ ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିନରେ ରହିଥିବା ଦକ୍ଷୀଣ ପୁର୍ବାଚଂଳ ସର୍କଲ ତଥା କୋଲକାତାସ୍ଥିତ ରେଳସୁରକ୍ଷା ଆୟୁକ୍ତ ସୋମବାର ପୁର୍ବତଟ ରେଳପଥର ପ୍ରମୁଖ ବୈଦ୍ୟୁତିକ ଯନ୍ତ୍ରୀ ବି.ପି ପଣ୍ଡା,ଖୋର୍ଦ୍ଧାରୋଡ ରେଳପ୍ରବନ୍ଧକ ଶଶିକାନ୍ତ ସିଂ ଓ ରେଳ ବୌଦ୍ୟୁତିକରଣ ମୂଖ୍ୟ ପ୍ରକଳ୍ପ ନିର୍ଦ୍ଧେଶକ କେ. ନାଗେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତରେ ଖୋର୍ଦ୍ଧାରୋଡଠାରୁ ନୟାଗଡ ମଧ୍ୟରେ ୬୬କି:ମି ଦୈର୍ଘ୍ୟ ରେଳଧାରଣାର ଯାଂଚ କରାଯାଇଥିଲା । ରେଳସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ସ୍ୱତନ୍ତ୍ର ଟ୍ରେନକୁ ଇଲେକ୍ଟ୍ରିକ ଲୋକୋମୋଟିଭ ଦ୍ୱାରା ନୟାଗଡ ଟାଉନଠାରୁ ଖୋର୍ଦ୍ଧାରୋଡ ପର୍ଯ୍ୟନ୍ତ ଘଂଟାପ୍ରତି ୮୦ କି:ମି ବେଗରେ ଚଳାଚଳ କରାଯାଇ ନୀରିକ୍ଷଣ କାର୍ଯ୍ୟ ସମ୍ପାଦନା କରାଯାଇଥିଲା । ଏହି ବୈଦ୍ୟୁତିକରଣ ପ୍ରକଳ୍ପଲାଗି ପ୍ରାୟ ୬୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି । ନୟାଗଡ ଟାଉନଠାରୁ ମହିପୁର ପର୍ଯ୍ୟନ୍ତ ରେଳ ବୈଦ୍ୟୁତିକରଣ କାର୍ଯ୍ୟ ଯୁଦ୍ଧକାଳୀନ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି ।
ରିପୋର୍ଟ,ସଞ୍ଜୀବ କୁମାର