
ବିଷମକଟକ,୩୦/୦୩(ଜିଲ୍ଲା ଖଵର) : ଆଜି ରାୟଗଡା ଜିଲ୍ଲାରେ ଓଡିଶା ଅମଲା ସଙ୍ଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ ଚଳିତ ବର୍ଷ ପାଇଁ ଅମଲା ଙ୍କ ଅନୁସାଙ୍ଗିକ ସ୍ଥିତି ଉପରେ ଆଲୋଚନା କରାଯାଇ ଥିଲା ବୈଠକ ରେ ଜିଲ୍ଲା ଅମଲା ଙ୍କ ବକେୟା ପାଉଣା, ପଦୋନନ୍ତି ସହ ଦୀର୍ଘ 20 ବର୍ଷ ଗୋଟିଏ ଜାଗା ରେ ରହିଥିବା ଅମଲା ଙ୍କୁ ତୁରନ୍ତ ବଦଳି ସହ ଏକ ଦାବି ପତ୍ର ରାୟଗଡା ଜିଲ୍ଲାର ଜିଲ୍ଲାପାଳ ସରୋଜ ମିଶ୍ର ଙ୍କୁ ଦେବା ପାଇଁ ନିଷ୍ପତ୍ତି ନିଆ ଯାଇଥିବା ରାୟଗଡା ଜିଲ୍ଲା ଓଡିଶା ଅମଲା ସଙ୍ଘ ର ସମ୍ପାଦକ ଗୋପୀନାଥ ରାଉତ ଆମ ଙ୍କୁ ଜଣାଇଛନ୍ତି । ଏହି କାର୍ଯ୍ୟକାରିଣୀ ବୈଠକ ରେ ରାଜ୍ୟ ଓଡିଶା ଅମଲା ସଙ୍ଘ ଉପଦେଷ୍ଟା ରୁପକେଶରୀ ଦଳେଇ ଯୋଗ ଦେଇ ଚଳିତ ବର୍ଷ ପାଇଁ ରାୟଗଡା ଜିଲ୍ଲାପାଇଁ ସଭାପତି ଭାବେ କାଳିଚରଣ ରଥ, ସମ୍ପାଦକ ଗୋପୀନାଥ ରାଉତ, ସଂଗଠନ ସମ୍ପାଦକ ରାମଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।


