Saturday, November 14, 2026
Home ଆଞ୍ଚଳିକ ମୁନିଗୁଡା ର ପାତ୍ରଗୁଡା ଗ୍ରାମରେ SBI ର କୀୟସ୍କ ବ୍ୟାଙ୍କ ଶାଖା ପ୍ରତିଷ୍ଠା

ମୁନିଗୁଡା ର ପାତ୍ରଗୁଡା ଗ୍ରାମରେ SBI ର କୀୟସ୍କ ବ୍ୟାଙ୍କ ଶାଖା ପ୍ରତିଷ୍ଠା

88

ମୁନୀଗୁଡା,୩୦/୦୩(ଜିଲ୍ଲା ଖବର) : ମୁନିଗୁଡା ଷ୍ଟେଟବ୍ୟାଙ୍କ ତରଫରୁ ସ୍ଥାନୀୟ ପାତ୍ରଗୁଡା ଠାରେ କୀୟସ୍କ ବ୍ୟାଙ୍କ ଶାଖା ର ପ୍ରତିଷ୍ଠା କରାଯାଇଛି । ସାଧାରଣ ଭାବେ ମୁନିଗୁଡା ଷ୍ଟେଟବ୍ୟାଙ୍କ ରେ ଦିନକୁ ଦିନ ଲୋକ ମାନଙ୍କ ଲେଣ ଦେଣ ପ୍ରକ୍ରିୟା ବଢି ଚାଲୁ ଥିବାରୁ , ଅନେକ ସମୟରେ ଦୂର ଦୁରନ୍ତ ର ଲୋକେ ବ୍ୟାଙ୍କ କାମ ରେ ନାନା ଅସୁବିଧା ଭୋଗୁଥିବା ବେଳେ , ଟଙ୍କା ଉଠାଣ ଓ ପଇଠ ପାଇଁ ଉକ୍ତ ବ୍ୟାଙ୍କ ରେ ଲୋକେ ଖୁବ କମ ସମୟରେ ନିଜ ନିଜର ବ୍ୟାଙ୍କ ସମ୍ୱନ୍ଧୀୟ କାର୍ଯ୍ୟ ସମାପନ କରିପାଇବେ ବୋଲି ଆଶା ପୋଷଣ କରିଛନ୍ତି । ଗରିବ ଗୁରୁବା ଲୋକେ ବ୍ୟାଙ୍କ ରେ ନିଜର କଷ୍ଟ ଅର୍ଜିତ ଧନ କୁ ବ୍ୟାଙ୍କ ରେ ସୁରକ୍ଷିତ ରଖି ଅସୁବିଧା ରେ ନିଜ ଟଙ୍କା ଉଠାଣ କରିପାରିବାର ବ୍ୟବସ୍ଥା କୁ ସାଧୁବାଦ ଦେଇଛନ୍ତି ।ଶ୍ରୀ କମଳ ଲୋଚନ ହିଆଲ ଙ୍କ ପ୍ରଚେଷ୍ଟା ରେ ଏଇ ବ୍ୟାଙ୍କ ଶାଖା ର ପ୍ରତିଷ୍ଠା କରାଯାଇଛି । ମୁନିଗୁଡା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ଫକୀର ନୁଣ୍ଡରୁକା ଙ୍କ ପୌରହିତ୍ୟି ରେ ଆଜି ଏଇ ଶାଖା ର ଉଦ୍ଘାଟନ ଉତ୍ସବ ପାଳନ କରାଯାଇଥିଲା । ଦେଖିବାକୁ ବାକି ରହିଲା ଏଇ ଶାଖା ସାଧାରଣ ଲୋକଙ୍କ ପାଇଁ କେତେ ଫଳ ପ୍ରଦ ହେବ ।
ରିପୋର୍ଟ, ପ୍ରସନ କୁମାର ପଣ୍ଡା