Monday, November 16, 2026
Home ଆଞ୍ଚଳିକ ବର୍ଦ୍ଧିତ ବିଦ୍ୟୁତ ଦରକୁ ନେଇ OERC ଆଗରେ ବିଜେପିର ବିକ୍ଷୋଭ

ବର୍ଦ୍ଧିତ ବିଦ୍ୟୁତ ଦରକୁ ନେଇ OERC ଆଗରେ ବିଜେପିର ବିକ୍ଷୋଭ

34

ଭୁବନେଶ୍ୱର,୩୦/୦୩/୨୧ (ଜିଲ୍ଲା ଖବର) :   ବର୍ଦ୍ଧିତ ବିଦ୍ୟୁତ ଦରକୁ ନେଇ ବିଜେପିର ବିକ୍ଷୋଭ । ୟୁନିଟ ପିଛା 30 ପଇସା ବିଜୁଳି ଦର ଵୃଦ୍ଧି ପ୍ରତିବାଦରେ ଓଇଆରସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭୁବନେଶ୍ୱର ଜିଲ୍ଲା ବିଜେପି । 6 ମାସ ଭିତରେ ଦ୍ୱିତୀୟ ଥର ବିଦ୍ୟୁତ ଦର ଵୃଦ୍ଧି କରାଯାଇଥିବାରୁ ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ପ୍ରତିବାଦ କରିଛନ୍ତି । ମହାମାରୀ କରୋନା କାଳରେ ଲୋକଙ୍କ ଉପରେ ବୋଝ ଲଦିଛନ୍ତି ରାଜ୍ୟ ସରକାର । କେତେବେଳେ ହୋଲ୍ଡିଂ ଟ୍ୟାକ୍ସ, କେତେବେଳେ ସର୍ଭିସ ଟ୍ୟାକ୍ସ ଆଉ ପୁଣି ଏବେ ବିଜୁଳି ଦର ବୃଦ୍ଧି ହେବା ଦ୍ୱାରା ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ବର୍ତ୍ତମାନ ସମୟରେ ଲୋକ ମାନେ ଜୀବନଜୀବିକା ସହ ସଂଗ୍ରାମ କରୁଛନ୍ତି ।  ତେଣୁ ଏଭଳି ବିପତ୍ତି ସମୟରେ ସରକାର ଟ୍ୟାକ୍ସ କିମ୍ବା ବିଦ୍ୟୁତ ଦର ବଢ଼ାନ୍ତୁ ନାହିଁ ବୋଲି ଦାବି କରିଛି ବିଜେପି । ନଚେତ ଦଳ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ସରକାରଙ୍କୁ ଚେତାଇ ଦେଇଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ।