Sunday, November 15, 2026
Home ଆଞ୍ଚଳିକ ସ୍ୱାମୀଙ୍କ କଥା ମନେପକାଇ ଫଟୋ ସେୟାର କରିଛନ୍ତି ନୀତୁ କପୁର

ସ୍ୱାମୀଙ୍କ କଥା ମନେପକାଇ ଫଟୋ ସେୟାର କରିଛନ୍ତି ନୀତୁ କପୁର

40

ନୂଆଦିଲ୍ଲୀ, ୩୦/୦୩/୨୧ (ଜିଲ୍ଲା ଖବର) : ଯେ କୌଣସି ଉତ୍ସବ ହେଉ ନାଁ କାହିଁକି , ବଲିଉଡ କଳାକାର ମାନେ ସବୁ ଉତ୍ସବକୁ ଖୁବ୍ ଧୂମଧାମରେ ସେଲିବ୍ରେଟ କରନ୍ତି । ଏହା ସହିତ ତାଙ୍କର ଫଟୋ ଏବଂ ଭିଡିଓ ମଧ୍ୟ ଫ୍ୟାନ୍ସ ମାନଙ୍କ ସହ ସେୟାର କରୁଥିବା ଦେଖିବାକୁ ମିଳେ । ତେବେ ନିକଟରେ ସେଲିବ୍ରେଟ ହୋଇ ଯାଇଛି ରଙ୍ଗର ପର୍ବ ହୋଲି । ହେଲେ ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି, ସମସ୍ତେ ନିଜ ନିଜର ଘରେ ହୋଲି ସେଲିବ୍ରେଟ କରିଛନ୍ତି । ତେବେ ଅଭିନେତ୍ରୀ ନୀତୁ କପୁର ଏହି ହୋଲି ଅବସରରେ ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି । ହୋଲିଭଳି ଏକ ଖୁସିର ଦିନରେ ସ୍ୱାମୀ ଋିଷି କପୁରଙ୍କୁ ମନେ ପକାଇ , ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ତାଙ୍କର ନୁହେଁ ବରଂ ଋିଷି କପୁରଙ୍କର ଏକ ଫୋଟ ସେୟାର କରିଛନ୍ତି । ଉକ୍ତ ଫଟୋରେ ଋିଷି କପୁରଙ୍କ ସହିତ ନୀତୁ କପୁର ନଜର ଆସୁ ନାହାଁନ୍ତି । ବରଂ ଋିଷି କପୁରଙ୍କ ସହ ଅଭିନେତା ଅମିତାଭ୍ ବଚ୍ଚନ୍ ନଜର ଆସୁଛନ୍ତି । ଏହି ଫଟୋରେ ଦୁହେଁ ଏକଦମ୍ ଲାଲ୍ ରଙ୍ଗରେ ରଙ୍ଗେଇ ହୋଇ ମସ୍ତି କରୁଥିବା ନଜର ଆସୁଛନ୍ତି । ଏଥିରେ ଅମିତାଭ୍ କାହା କାନ୍ଧରେ ବସି ହୋଲି ମନାଉଥିବା ବେଳେ, ଋିଷି କପୁର ହାତରେ ବୋତଲ ଏବଂ ଗ୍ଲାସ୍ ଧରିଛନ୍ତି । ଏହି ଫଟୋ ସେୟାର କରି ନୀତୁ କପୁର ଲେଖିଛନ୍ତି ଯେ, ‘ନିଜକୁ ଭାଗ୍ୟଶାଳୀ ମନେକରେ କି ସେ ସମୟରେ ମଜା ନେଇ ପାରିଛି , ଯେଉଁ ସମୟରେ ହୋଲି ଖୁସି ଏବଂ ଭଲପାଇବାର ସହିତ ଖେଳା ଯାଉଥିଲା ‘