Monday, November 16, 2026
Home ଆଞ୍ଚଳିକ କରୋନାର ପ୍ରଭାବ: ଆଇଆଇଏମରୁ ୭୦ ସଂକ୍ରମିତ ଚିହ୍ନଟ

କରୋନାର ପ୍ରଭାବ: ଆଇଆଇଏମରୁ ୭୦ ସଂକ୍ରମିତ ଚିହ୍ନଟ

23

ନୂଆଦିଲ୍ଲୀ, ୩୦/୦୩/୨୧ (ଜିଲ୍ଲା ଖବର) : ଅହମଦାବାଦସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ)ରେ ୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନୁଷ୍ଠାନର କର୍ମଚାରୀ ଏବଂ ଛାତ୍ରଛାତ୍ରୀ ରହିଛନ୍ତି ବୋଲି ଅହମଦାବାଦ ନଗର ନିଗମର ଡେପୁଟି ସ୍ବାସ୍ଥ୍ୟ ଅଧିକାରୀ ଡା. ମେହୁଲ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଯେଉଁଭଳି ଭାବରେ ପ୍ରତ୍ୟେକ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି, ତାହାକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି ।ମହାରାଷ୍ଟ୍ରରେ ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏହା ପଛକୁ ରହିଛି ଗୁଜରାଟ । ସେହିପରି ପଟିୟାଲାର ନାଭା ଓପନ ଜେଲରେ ୪୦ ମହିଳା କଏଦୀଙ୍କ ସମେତ ମୋଟ ୪୭ ଜଣ ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।