
ଭୁବନେଶ୍ୱର,୩୦/୦୩/୨୧ (ଜିଲ୍ଲା ଖବର) : ବିଧାନସଭାର ପ୍ରଶ୍ନକାଳରେ ଆଜି ମୁହାଁମୁହିଁ ମନ୍ତ୍ରୀ ପ୍ରତାପ ଜେନା ଓ ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ । ମେଗା ପାନୀୟ ଜଳ ପ୍ରକଳ୍ପରେ ବାହାର ଠିକାଦାରଙ୍କୁ କାମ ଦେବା ନେଇ ଅସନ୍ତୋଷ ପ୍ରକାଶ କଲେ ସୌମ୍ୟ । କହିଲେ ଏଭଳି ମାପଦଣ୍ଡ ନିର୍ଦ୍ଧାରିତ ହେଉଛି ଯେଉଁଥିରେ ସ୍ଥାନୀୟ ଠିକାଦାର ମାନଙ୍କୁ ମେଗା ପାନୀୟ ଜଳ ପ୍ରକଳ୍ପରେ ଠିକାଦାରୀ କାମ କରିବାର ସୁଯୋଗ ମିଳୁନାହିଁ । ବିଶ୍ୱର ବିଭିନ୍ନ ସ୍ଥାନରେ ଓ ଡିଶାର ପାଣି ପାଇପ ମିସ୍ତ୍ରୀ ଓ ଠିକାଦାର ମାନେ କାମ କରୁଛନ୍ତି । ଏନେଇ ମନ୍ତ୍ରୀ ଦେଇଥିବା ଉତ୍ତର ପାନୀୟ ଜଳ ପାଇଁ ଆବଶ୍ୟକ ସାମଗ୍ରୀ ଓଡ଼ିଶାରେ ଉତ୍ପାଦନ ହେଉଛି ଓ ଓଡିଶା ଲୋକଙ୍କୁ ସୁଯୋଗ ମିଳୁଛି । ମନ୍ତ୍ରୀଙ୍କ ଏହି ଉତ୍ତରରେ ପୁଣିଥରେ ପ୍ରତିକ୍ରିୟା ରଖି ସୌମ୍ୟ କହିଲେ ମନ୍ତ୍ରୀଙ୍କ ଉତ୍ତରକୁ ମୁ ସତ ପ୍ରତିଶତ ଗ୍ରହଣ କରିପାରୁନାହିଁ । ଯଦି ମେଗା ପ୍ରକଳ୍ପ ମାଧ୍ୟମରେ ଚାରୋଟି ପର୍ଯ୍ୟୟରେ ଘରକୁ ଜଳ ଯୋଗାଣ ହେଉଛି ବୋଲି ମନ୍ତ୍ରୀ କହୁଛନ୍ତି ତାହେଲେ କାହିଁକି ଗୋଟିଏ ପର୍ଯ୍ୟାୟରେ ବି ଓଡ଼ିଆ ଲୋକ କାମ ପାଉନାହାନ୍ତି । ତେବେ ଶେଷରେ ମନ୍ତ୍ରୀଙ୍କ ଉତ୍ତର ଥିଲା 2074 ସିଙ୍ଗଲ ପ୍ରକଳ୍ପରେ ଓଡିଶା ଠିକାଦାର କାମ କରୁଛନ୍ତି । 50 କୋଟି ଟଙ୍କା ଭିତରେ ଯେଉଁ କାମ ହେଉଛି ତାହା ଓଡିଶା ଠିକାଦାରମାନେ କରୁଛନ୍ତି । ସେପଟେ ସିଭିସିର ଗାଇଡ଼ଲାଇନ ଅନୁସାରେ 50 କୋଟି ଟଙ୍କା ଉପରକୁ ଥିବା ପ୍ରକଳ୍ପକୁ ଯେଉଁ ସଂସ୍ଥା ଯୋଗ୍ୟ ହେଲା ସେ ପାଇବ। ଯେଉଁଥିରେ ବାହାର ସଂସ୍ଥା ମଧ୍ୟ କାମ କରୁଛନ୍ତି ।


