Wednesday, November 11, 2026
Home ଆଞ୍ଚଳିକ କମ୍ପିବ ନନ୍ଦିଗ୍ରାମ, ପ୍ରଚାରର ଶେଷ ଦିନ

କମ୍ପିବ ନନ୍ଦିଗ୍ରାମ, ପ୍ରଚାରର ଶେଷ ଦିନ

5

୩୦/୦୩/୨୧ (ଜିଲ୍ଲା ଖବର) : ଆଉ କିଛି ସମୟର ଅପେକ୍ଷା । ନନ୍ଦିଗ୍ରାମରେ ହେବ ରୋଡ ଶୋ । କିଏ ପିନ୍ଧିବ ନନ୍ଦିଗ୍ରାମର ବିଜୟ ମୁକୁଟ । ନନ୍ଦିଗ୍ରାମରେ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ହାୱା ସେତେ ସରଗରମ ହେବାରେ ଲାଗିଛି । ଆସନ୍ତା ୧ ତାରିଖରେ ହେବ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର‌୍ୟ୍ୟାୟ ମତଦାନ । ଏଥିପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ । ଅନ୍ତିମ ଦିନର ସରଗରମ ହେବ ପ୍ରଚାର ମୈଦାନ । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ପ୍ରଚାର କରିବେ ଗୃହମନ୍ତ୍ରୀ ଅମିତ ଶାହ । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଫିଲ୍ମ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ ରୋଡ ଶୋ’ କରିବେ । ଏହି ରାଲି ଦିନ ୧୨ ଟା ସମୟରେ ହେବାର କାର‌୍ୟ୍ୟକ୍ରମ ରହିଛି । ଏହି ନିର୍ବାଚନରେ ବିଜୟୀ ହେବାକୁ ଉଭୟ ଦଳ ମଧ୍ୟ ଆଶା ରଖିଛନ୍ତି । ଏହାରି ମଧ୍ୟରେ ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଚାର କରିବେ । ଫିଲ୍ମ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ନନ୍ଦୀଗ୍ରାମ ରୋଡ ଶୋ’ କରି ଶୁଭେନ୍ଦୁଙ୍କ ବିଜୟ ପାଇଁ ଜନ ସମର୍ଥନ ଜୁଟାଇବେ । ନନ୍ଦୀଗ୍ରାମର ଗଳିକନ୍ଦିରେ ରାଜନୈତିକ ଶ୍ଲେଗାନ ଦେଖିବାକୁ ମିଳୁଛି । ନେତାଙ୍କ ପ୍ରଚାର ଓ ସମର୍ଥକଙ୍କ ଉତ୍ସାହ ବଳରେ ଉଭୟ ଟିଏମ୍‌ସି ଓ ବିଜେପି ନିର୍ବାଚନରେ ଜିତିବାକୁ ଆଶା ରଖିଛନ୍ତି । ତେଣୁ ନନ୍ଦୀଗ୍ରାମରେ କଡ଼ା ମୁକାବିଲା ହେବ ବୋଲି କୁହାଯାଉଛି । ସେଥିପାଇଁ ଉଭୟ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ ଆଜି ନନ୍ଦୀଗ୍ରାମରେ ଶେଷ ପ୍ରଚାର କରିବେ । ତେବେ ତାଙ୍କୁ ଟକ୍କର ଦେବାକୁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ।