Monday, November 16, 2026
Home ଆଞ୍ଚଳିକ କରୋନାରୁ ସୁସ୍ଥ ହେବାପରେ ପ୍ରଥମ ଥର ଘରୁ ବାହାରିଲେ ରଣବୀର କପୁର

କରୋନାରୁ ସୁସ୍ଥ ହେବାପରେ ପ୍ରଥମ ଥର ଘରୁ ବାହାରିଲେ ରଣବୀର କପୁର

33

ନୂଆଦିଲ୍ଲୀ ,୩୦/୦୩/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ରଣବୀର କପୁର୍ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । ରଣବୀର କପୁରଙ୍କ ମା’ ନୀତୁ କପୁର ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସମାନଙ୍କୁ ଏହାର ସୂଚନା ଦେଇଥିଲେ । ଏହାପରେ ରଣବୀରଙ୍କ ସ୍ୱାସ୍ଥବସ୍ଥାକୁ ନେଇ ଚିନ୍ତାରେ ପଡି ଯାଇଥିଲେ ତାଙ୍କ ଫ୍ୟାନ୍ସ , ଏବଂ ତାଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରିଥିଲେ । ତେବେ, ଏବେ ରଣବୀରଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । କରୋନାକୁ ହରାଇ ଏକଦମ୍ ସୁସ୍ଥ ହୋଇଛନ୍ତି ରଣବୀର କପୁର । କରୋନାରୁ ସୁସ୍ଥ ହେବା ପରେ ପ୍ରଥମ ଥର ବାହାରେ ସ୍ପଟ ହୋଇଛନ୍ତି ସେ । ସୋମବାର ରାତିରେ ମୁମ୍ବାଇର ଜୁହୁ ଇଲାକାରେ ସ୍ପଟ ହୋଇଛନ୍ତି ଅଭିନେତା ରଣବୀର କପୁର । ସେ ସୁସ୍ଥ ହେବା ପରେ ନିଜ ଘରୁ ପ୍ରଥମ ଥର ବାହାରକୁ ବାହାରିଛନ୍ତି । ନିର୍ମାତା ଆର୍‌ତି ଶେଟ୍ଟୀଙ୍କ ଘର ରାସ୍ତା ଆଡକୁ ଯାଉଥିବା ସମୟରେ, ପାପାରାଜି ତାଙ୍କର ଫଟୋ କ୍ଲିକ୍ କରିଥିଲେ । ରଣବୀର ତାଙ୍କ କାରରେ ବସିଥିଲେ । ସେ ଏକ କଳା ସର୍ଟ ଏବଂ ମାସ୍କ ପିନ୍ଧିଥିବାର ନଜର ଆସୁଛନ୍ତି । ଆଶା କରାଯାଉଛି ଯେ, କରୋନା ଭାଇରସକୁ ହରାଇବା ପରେ , ପୁଣି ଥରେ ଏବେ ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ସୁଟିଂରେ ବ୍ୟସ୍ତ ରହିବେ ।