
ସୁନ୍ଦରଗଡ, ୩୦/୦୩/୨୧ (ଜିଲ୍ଲା ଖବର) : ଏନଆଇଟି ରାଉରକେଲାରେ ଛାତ୍ରଛାତ୍ରୀ ମାନଙ୍କ ଅଧିକ ଆରଟିପିସିଆର ଟେଷ୍ଟ ପାଇଁ ପ୍ରଶାସନର ପଦକ୍ଷେପ । ଆଜିଠାରୁ ଦୁଇଟି ଟିମ ଦିନକୁ ୫୦୦ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ କରିବେ । ଟେଷ୍ଟ ରିପୋର୍ଟରେ ପଜେଟିଭ ଆସିଥିବା ୧୪ ଜଣ ସଙ୍ଗରୋଧରେ ଅଛନ୍ତି । ନେଗେଟିଭ ଆସିଥିବା ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ରେଜିଷ୍ଟ୍ରାର ପ୍ରଫେସର ପ୍ରଦୀପ କୁମାର ଦାସ । ଆଜି କୋଭିଡକୁ ନେଇ ଏନଆଇଟି ସିନେଟର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ। ବୈଠକ ପରେ କୋଭିଡକୁ ନେଇ ସ୍ବତନ୍ତ୍ର ପଦକ୍ଷେପ ନେବେ ଏନଆଇଟି କର୍ତ୍ତୃପକ୍ଷ। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । କରୋନାର ଦ୍ୱିତୀୟ ଲହରକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି ।


