Sunday, November 15, 2026
Home ଆଞ୍ଚଳିକ ସରଗରମ କେରଳ ବିଧାନସଭା ନିର୍ବାଚନ ପ୍ରଚାର, ଆଜି ମୈଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ

ସରଗରମ କେରଳ ବିଧାନସଭା ନିର୍ବାଚନ ପ୍ରଚାର, ଆଜି ମୈଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ

45

୩୦/୦୩/୨୧ (ଜିଲ୍ଲା ଖବର) :  ସରଗରମ କେରଳ ବିଧାନସଭା ନିର୍ବାଚନ ପ୍ରଚାର । ଆଜି କେରଳର ପାଲକ୍କଡରେ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ ନେଇ ପାଲକ୍କଡରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୂଚନା ଅନୁସାରେ, ସକାଳ 10.45 ରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ପଡିଆରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ । ପରେ ସେ ଫୋର୍ଟ ମୈଦାନ ଅଭିମୁଖେ ଯାତ୍ରା କରିବେ । ଏହି ରାଲିରେ ଜିଲ୍ଲାର ସମସ୍ତ 12 ଏନଡିଏ ପ୍ରାର୍ଥୀ ଅଂଶଗ୍ରହଣ କରିବେ। ଏହି ରାଲିରେ ବହୁ ଜାତୀୟ ତଥା ରାଜ୍ୟ ସ୍ତରୀୟ ନେତା ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।