
ପୁରୀ, ୩୦/୦୩/୨୧ (ଜିଲ୍ଲା ଖବର) : ପାଖେଇ ଆସୁଛି ପିପିଲି ଉପନିର୍ବାଚନ ତାରିଖ । ଯାହାକୁ ନେଇ ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ । ଏନେଇ ରୁଦ୍ର ପିପିଲି ଡେଲାଙ୍ଗ ଅଞ୍ଚଳର ନିଜ କର୍ମୀ ଓ ସମର୍ଥକଙ୍କ ସହିତ ଆଲୋଚନା କରିଛନ୍ତି । ନାମାଙ୍କନ ଦାଖଲଠୁ ନେଇ ନିର୍ବାଚନୀ ରଣନୀତି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ନିଜ ଅଞ୍ଚଳବାସୀଙ୍କ ସହ କଥା ହୋଇଛନ୍ତି । ଆଜି ୧୦.୩୦ରେ ନାମାଙ୍କନ ଭରିବେ ରୁଦ୍ର । ପିପିଲି ବିଜେଡି କାର୍ଯ୍ୟାଳୟରୁ କର୍ମୀଙ୍କ ସହ ୯.୩୦ରେ ବାହାରି ନାମାଙ୍କନ ଭରିବାକୁ ଯିବେ ।


