Home ଆଞ୍ଚଳିକ ଟ୍ରକରେ ପିଟି ହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

ଟ୍ରକରେ ପିଟି ହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

102

ନବରଙ୍ଗପୁର,୩୦/୦୩/୨୧ (ଜିଲ୍ଲା ଖବର) :  ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଲାଇଭ୍ ଭିଡ଼ିଓ । ଏହି ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜଟାବାଲ ଗ୍ରାମ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ସାମ୍ନାରୁ ଆସିଛି ଏଭଳି ହୃଦୟବିଦାରକ ଦୃଶ୍ୟ । ଭିଡ଼ିଓରେ ଏକ ଟ୍ରକ୍ ପ୍ରଥମେ ପେଟ୍ରୋଲ ପମ୍ପ ସାମ୍ନାରେ ଅଟକି ରହୁଛି । କିଛି ସେକେଣ୍ଡ ପରେ ଆଉଥରେ ଟ୍ରକଟି ଆଗକୁ ବଢୁଛି । ଠିକ୍ ଏହି ସମୟରେ ଗୋଟିଏ ବାଇକ୍ ଦ୍ରୁତ ଗତିରେ ଆସି ଟ୍ରକଟିକୁ ପଛପଟୁ ଧକ୍କା ଦେଉଛି । ଏହାପରେ ଦୁର୍ଘଟଣା ଗସ୍ତ ହୋଇ ବାଇକ ଚାଳକ ଏବଂ ତାଙ୍କ ବନ୍ଧୁ ତଳେ ଛିଟିକି ହୋଇ ପଡୁଛନ୍ତି । ଘଟଣା ସ୍ଥଳରେ ହିଁ ବାଇକ୍ ଆରୋହି ଜଣକ ମୃତ୍ୟୁବରଣ କରିଥିଲେ । ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ପିପଲଗୁଡା ଗ୍ରାମର ସାମ ଭତରା ।