
ମୟୁରଭଞ୍ଜ, ୩୦/୦୩/୨୧ (ଜିଲ୍ଲା ଖବର) : ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଜଳିଗଲେ ୱାଚର । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ମୟୁରଭଂଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ବାଦାମପାହାଡ଼ ରେଞ୍ଜରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଉକାମପାହାଡ଼ ଜଙ୍ଗଲର ୩ଟି ସ୍ଥାନରେ ନିଆଁ ଲାଗିବା ଖବର ପାଇ ଟିଆକାଠି ଡୁଙ୍ଗୁରୀ ସାହି ବନ ସୁରକ୍ଷା ସମିତି ନିଆଁ ଲିଭାଇବା ନେଇ ଅଣ୍ଟା ଭିଡିଥିଲା । ନିଆଁ ଲିଭାଉଥିବା ବେଳେ ହଠାତ ସାମନା ପଟୁ ପବନ ଦେବା ଫଳରେ ଜଣେ ୱାଚରଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଯୁବକଙ୍କ ଘର ବିଶୋଇ ବ୍ଲକ ଟିଆକାଠି ଗ୍ରାମର ଗୋବିନ୍ଦ ଟୁଡୁ। ବନ ସୁରକ୍ଷା ସେମିତିର ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବନ ବିଭାଗ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଥିବା କରୁଥିବା ଜଣାପଡିଛି ।



