Tuesday, November 17, 2026
Home ଆଞ୍ଚଳିକ ପୁଣି ଦିନକରେ 56 ହଜାର କରୋନା ପଜିଟିଭ

ପୁଣି ଦିନକରେ 56 ହଜାର କରୋନା ପଜିଟିଭ

59

୩୦/୦୩/୨୧ (ଜିଲ୍ଲା ଖବର) : ଲଗାତାର ଷଷ୍ଠ ଦିନରେ ବି ଦେଶରେ 50 ହଜାର ଉପରେ ସଙ୍କ୍ରମିତ ଚିହ୍ନଟ  । 24 ଘଣ୍ଟାରେ ଭାରତରେ 56 ହଜାର 211 ପଜିଟିଭ କେସ ସାମ୍ନାକୁ ଆସିଛି  । ସେହିପରି କରୋନା ନେଇଛି 271 ଜୀବନ  । ସୁସ୍ଥ ହୋଇ ଘରକୁ ଫେରିଛନ୍ତି  37 ହଜାର 28 ଜଣ  ।

ମହାରାଷ୍ଟ୍ରରେ ପୁଣି ସର୍ବାଧିକ 31 ହଜାର 643 ପଜିଟିଭ ଚିହ୍ନଟ ହୋଇଛନ୍ତି  । ପଞ୍ଜାବରେ 2 ହଜାର 868 ଏବଂ ତାମିଲନାଡ଼ୁରୁ 2 ହଜାର 279 ପଜିଟିଭ କେସ ଆସିଛି  । କର୍ଣ୍ଣାଟକରେ 2 ହଜାର 792 ଓ ଗୁଜରାଟରେ 2 ହଜାର 251 ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି  ।

ଅନ୍ୟପଟେ ଆଜକୁ ମିଶାଇ ଦେଶରେ ମୋଟ ପଜିଟିଭ ମାମଲା ରହିଛି 1,20,95,855  । ମୋଟ 1,13,93,021 ସୁସ୍ଥ ହୋଇ ଘରକୁ ଫେରିଛନ୍ତି  । ଏବେ ସୁଦ୍ଧା ମୋଟ ଆକ୍ଟି ଭ ମାମଲା ରହିଛି 5,40,720  ।