Tuesday, November 17, 2026
Home ଆଞ୍ଚଳିକ ନଡିଆ ଜୁସ୍

ନଡିଆ ଜୁସ୍

10

ଆବଶ୍ୟକ ସାମଗ୍ରୀ-

ନଡିଆ କ୍ଷୀର, ନଡିଆ କୋରା, ଲେମ୍ବୁ, ପୁଦିନା ପତ୍ର, ଚିନି, ନଡିଆ ପାଣି, ବରଫ ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଗ୍ୟାସ୍‌ରେ ପ୍ୟାନ୍ ବସେଇ ଚିନି ପକାଇବେ । ତାପରେ ସେଥିରେ ପାଣି ଢାଳି ମିକ୍ସ କରିବେ । ଦେଖିବେ ଚିନି ଶିରା ପ୍ରସ୍ତୁତ ହୋଇ ଆସିଲେ ଗ୍ୟାସ୍ ବନ୍ଦ କରି  ଶିରାକୁ ଥଣ୍ଡା ହେବାକୁ ଛାଡିବେ । ଏହାପରେ ଆଉ ଏକ ପାତ୍ର ନେଇ ସେଥିରେ ଲେମ୍ବୁ ରସ, ପ୍ରସ୍ତୁତ କରିଥିବା ଚିନି ଶିରା ଆବଶ୍ୟକ ଅନୁଯାୟୀ, ନଡିଆ   କ୍ଷୀର, ନଡିଆ ପାଣି, ପୁଦିନା ପତ୍ର ଏବଂ ବରଫ ପକାଇ ଭଲଭାବେ ସେକ୍ କରିବେ ।  ଏହାପରେ ଆଉ ଏକ କାଚ ଗ୍ଲାସ୍ ଆଣି ସେଥିରେ କିଛି ନଡିଆ କୋରା ପକାଇବେ । ତାପରେ ସେଥିରେ ପ୍ରସ୍ତୁତ କରିଥିବା ମିଶ୍ରଣ ପକାଇ ମିକ୍ସ କରିବେ । ଏହାପରେ ତା ଉପରେ କିଛି ପୁଦିନା ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ନଡିଆ ଜୁସ୍ । ଏବେ ଏହାର ମଜା ନେଇ ପାରିବେ ।