Wednesday, July 29, 2026
Home ଆଞ୍ଚଳିକ ଗାଁ ଦାଣ୍ଡରେ ବର୍ବର କାଣ୍ଡ, ଦ୍ୱିତୀୟ ବିବାହ କରିଥିବାରୁ ଦମ୍ପତିଙ୍କୁ ନିସ୍କୁକ ମାଡ

ଗାଁ ଦାଣ୍ଡରେ ବର୍ବର କାଣ୍ଡ, ଦ୍ୱିତୀୟ ବିବାହ କରିଥିବାରୁ ଦମ୍ପତିଙ୍କୁ ନିସ୍କୁକ ମାଡ

62

କୋରାପୁଟ,୩୦/୦୩/୨୧ (ଜିଲ୍ଲା ଖବର) :  ଗାଁ ଦାଣ୍ଡରେ ବର୍ବର କାଣ୍ଡ  । ମହିଳାଙ୍କୁ ଘୋଷାଡି ଘୋଷାଡି ମାଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ବହୁ ଚର୍ଚ୍ଚିତ କୋଟିଆ ଅଞ୍ଚଳରେ । ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ସମସ୍ତେ ମିଶି ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ମହିଳାଙ୍କର ଚୁଟିକୁ ଟାଣି ତଳେ ଗଡେଇ ଗଡେଇ ମାରୁଛନ୍ତି ଉଭୟ ପୁରୁଷ ଓ ମହିଳା । ମହିଳା ଜଣଙ୍କ ଯେତେ କାକୁତିମିନତି ହେଲେ ମଧ୍ୟ କେହି ଶୁଣୁନାହାନ୍ତି । ଗାଁର ଅବଶିଷ୍ଟ ଲୋକ ନିଜ ନିଜ ଘର ଆଗରେ ନିରବଦ୍ରଷ୍ଟା ସାଜିଛନ୍ତି ।

ସୂଚନା ଅନୁସାରେ, ମହିଳାଙ୍କ ଦୋଷ ହେଲା ସେ ଦ୍ବିତୀୟ ବିବାହ କରିଛନ୍ତି । କେଵଳ ମହିଳା ନୁହଁନ୍ତି ମହିଳାଙ୍କୁ ଦ୍ବିତୀୟ ବିବାହ କରିଥିବା ପୁରୁଷଙ୍କୁ ଵି ନିସ୍ତୁକ ମାଡ଼ ମାରିଛନ୍ତି ।  ଭାଇରାଲ ଭିଡିଓକୁ ନେଇ ତଦନ୍ତ କରୁଛି ପଟ୍ଟାଙ୍ଗି ପୋଲିସ ।