Friday, November 13, 2026
Home ଆଞ୍ଚଳିକ ଚନ୍ଦ୍ରପୁର ରେ କରୋନା ପାଇଁ ଘରେ ଘରେ ନିରାଡ଼ମ୍ବର ସହ ହୋଲି ପାଳିତ

ଚନ୍ଦ୍ରପୁର ରେ କରୋନା ପାଇଁ ଘରେ ଘରେ ନିରାଡ଼ମ୍ବର ସହ ହୋଲି ପାଳିତ

87

ଚନ୍ଦ୍ରପୁର ,{ କୈଳାସ ମାଳବିଶୋଇ) : ଆଜି ରଙ୍ଗର ପର୍ବ ଛୋଟରୁ ବଡ ସଭିଏଁ ରଙ୍ଗ ଅବିରରେ ରଙ୍ଗେଇ ହୋଇଛନ୍ତି । ଘରେ ଘରେ ଜମିଛି ହୋଲିର ଆସର । ଏ ବର୍ଷ କରୋନା କଟକଣା ହୋଲିକୁ ଟିକେ ଫିକା କରିଛି ସତ ହେଲେ ଘରେ ଘରେ ହୋଲି ମନାଉଛନ୍ତି ସଭିଏଁ । ଗାଁଠୁ ସହର ସବୁଠି ହୋଲିର ମାହୋଲ । ଛୋଟ ପିଲାମାନେ ଭଳିକି ଭଳି ଫଗୁ ସହ ପିଚକାରୀ,ଟୋପି, ମାସ୍କ ଲଗାଇ ହୋଲି ଖେଳୁଛନ୍ତି । ନିଜର ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବ ପାଳନ କରୁଛନ୍ତି । ବର୍ଷକରେ ଥରେ ଆସିଛି ହୋଲି , ନେଇ ଆସିଛି ଅସୁମାରି ଖୁସି ।ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନାକୁ ନେଇ ହୋଲି ଖେଳିବା ପାଇଁ କଟକଣା ଜାରି କରାଯାଇଥିଲା। ସେଥିପାଇଁ ନିରାଡମ୍ବରରେ ପାଳନ ହୋଇଛି ରଙ୍ଗର ଉତ୍ସବ । ଫଳରେ ଆଉ ଫିକା ପଡିଛି ହୋଲି । ସବୁଠି କଟକଣା ଯୁକ୍ତ ହୋଲି ପାଳନ ହେଉଛି । ସମଗ୍ର ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳର ରାସ୍ତା ଘାଟ ଶୂନଶାନ ଥିବା ସହ ଦୋକାନ ବଜ଼ାର ଓ ଯାନବାହନ ଚଳାଚଳ ବନ୍ଦ ରହିଥିଲା l ରାୟଗଡା ଜିଲ୍ଲାର ଚନ୍ଦ୍ରପୁର, ବିଜାପୁର, ଡାଙ୍ଗାସୋରଡ଼ା, ପିସକାପାଙ୍ଗା, ଟୁରିଗୁଆ ଓ ହନମନ୍ତପୁର ର ଆଖପାଖ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରଂଗର ପର୍ବ ହୋଲି। ପରସ୍ପର ପରସ୍ପରକୁ ଅବିର ବୋଳି ନିଜ ଭାଇଚରାକୁ ପ୍ରଦର୍ଶିତ କରିଛନ୍ତି l ଲୋକେ। ହେଲେ ଏଥର କରୋନା କଟକଣା ପାଇଁ ମୋଟାମୋଟି ଭାବେ ହୋଲି ଫିକା ପଡିଥିବା ଦେଖିବାକୁ ମିଳିଥିଲା ।