
ଖୋର୍ଦ୍ଧା,୨୯/୦୩(ଜିଲ୍ଲା ଖଵର) : ଖୋର୍ଦ୍ଧା ଓ ଜଟଣୀ ରେ କୋଭିଡ୍ ନିୟମ ମାନି ଲୋକେ ପାଳିଲେ ରଙ୍ଗର ପର୍ବ ହୋଲି। ସରକାର କରିଥିବା ଗାଇଡ ଲାଇନ ଅନୁଯାୟୀ ଜଟଣୀ ବାସି ହୋଲି ପର୍ବ କୁ ମହା ଆଡମ୍ବର ସହିତ ପାଳନ କରିଛନ୍ତି ହୋଲି। ସାରା ଦେଶ ପାଳୁଛି ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ପଡୁଥିବା ଏହି ପର୍ବକୁ ଭାଷା, ବର୍ଣ୍ଣ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସଭିଏଁ ଖୁବ୍ ଉତ୍ସାହର ସହ ପାଳନ କରିଥାନ୍ତି
ଏଥରକ କିନ୍ତୁ ଟିକେ ଅଲଗା। ସମସ୍ତେ ଘରେ ରହି ପରିବାର ସହିତ ପାଳିଛନ୍ତି ହୋଲି। ଆମେ ପହଞ୍ଚି ଥିଲୁ ଜଟଣୀ ରେ ଥିବା ମରୁଆଡି ପରିବାର ଓ କିଛି ସଦସ୍ୟଙ୍କ ପାଖରେ । ମାରୁଆଡି ଯୁବକ ମାନେ ଏକ ଘରେ ଆୟୋଜନ କରିଥିଲେ ହୋଲି ପର୍ବର ସେଠାରେ ସ୍ଵାଦିଷ୍ଟ ଭୋଜନ ସହିତ ଲସି ପ୍ରସ୍ତୁତ ହୋଇଥିଲା . ତାହାର ମଜା ନିଆରା। ଛୋଟ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଲାଗିଛନ୍ତି ଖେଳରେ। କିଏ ତାସ୍ ଖେଳ କିଏ ନାଚ ଗୀତ କରି ପବିତ୍ର ପର୍ବ ହୋଲି କୁ କିଛି ଲୋକ ମହାମାରୀ ଯୋଗୁ ଖେଳି ପାରିନଥିଲେ କି ତାଙ୍କର ମିଳନ ପର୍ବ ହୋଇ ପାରିନଥିଲା ଏବର୍ଷ ମହାମାରୀ ଭୟ ଯାଇନଥିଲେ ମଧ୍ୟ ସମସ୍ତ ପରିବାର ଏକାଠୀ ହୋଇ ହୋଲି ଖେଳିଥିଲେ ।
ରୀପୋର୍ଟ,ସଞ୍ଜୀବ କୁମାର


