
ବାଲିଗୁଡା, (ସୁକାନ୍ତ କୁମାର ତ୍ରିପାଠୀ ) : କନ୍ଧମାଳ ଜିଲ୍ଲା ବାଲିଗୁଡା ର ଅଗ୍ରଣୀ ସ୍ବେତ୍ସାସେବି ଅନୁଷ୍ଠାନ ବନବାସୀ ସେବା ସମିତି ର ପ୍ରତିଷ୍ଠାତା ତଥା ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦ୍ବୟ ସେବକ ଓ ବିଶିଷ୍ଟ ଗାନ୍ଧିବାଦୀ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା ) ଙ୍କ 11ତମ ଶ୍ରାଦ୍ଧତ୍ସବ ବାଲିଗୁଡା ଠାରେ ପାଳିତହୋଇଯାଇଛି | ଏହି ଉପଲକ୍ଷେ ବାଲିଗୁଡା କଦଳୀ ବନ୍ଧ ଠାରେ ଥିବା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା )ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ତାଙ୍କ ସମାଧି ପିଠରେ ଗାନ୍ଧୀ ଭଜନ ଗାନ କରାଯାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା | ପରେ ପରେ ବନବାଷି ର ସମସ୍ତ କର୍ମୀ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସର୍ବାଧର୍ମ ପାର୍ଥନା କରାଯାଇଥିଲା | ଏହାପରେ ଅନୁଷ୍ଠାନ ର ସହ ସମ୍ପାଦକ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା ଙ୍କ ଅଧକ୍ଷତାରେ ଏକ ସୃତି ସଭା ଆୟୋଜନ କରାଯାଇଥିଲା |ଏଥିରେ ମୁଖ୍ୟ ଅତିଥି ଭାବେ ବନବାଷି ସମିତିର ସମ୍ପାଦକ ଶ୍ରୀ ଉଛବ ଚନ୍ଦ୍ର ଜେନା, ସନମାନିତ ଅତିଥି ଭାବେ ଶ୍ରୀମତୀ ଅନିତା ଦାଶ ସି. ଡି.ପି.ଓ, ଡ଼ଃ ବିଭୁତି ଭୂଷଣ ଆଚାର୍ଯ୍ୟା, ଅଧ୍ୟାପକ ଏବଂ ଶ୍ରୀ ଟଙ୍କଧର ପରିଡା, ସମାଜ ସେବୀ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା )ଙ୍କସୃତି ଚାରଣ କରିଥିଲେ | ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା )ଙ୍କ ସ୍ୱାଧୀନତା ସଂଗ୍ରାମ, ଭୁଦାନ କାର୍ଯ୍ୟକ୍ରମ ଏବଂ ତାଙ୍କଦ୍ୱାରା ଅନୁଷ୍ଠିତ ରଚନାତ୍ମକ କାମ,ଅସ୍ପୃଶତା ଦୂରୀକରଣ ଆଦି ବିଷୟରେ ଅତିଥି ମାନେ ଆଲୋକ ପାତ କରିଥିଲେ | ଉକ୍ତ ସଭାରେ ଅତିଥି ମାନଙ୍କ ଦ୍ୱାରା ସଂଚାର ଫିଲ୍ମ ପ୍ରୟୋଜିତ ଏବଂ ଶ୍ରୀ ତୁଷାର ପରିଛା ନିଦ୍ରେସିତ ଏକ ଡି. ଭି. ଡି ଭିଡ଼ିଓ ବିଶ୍ୱନାଥ ପଟ୍ଟନାୟକ ଜଣେ ସଚ୍ଚା ଗାନ୍ଧିବାଦୀ ଉନ୍ମୋଚନ ହୋଇଥିଲା | ସଭା ପ୍ରାରମ୍ଭରେ ଶ୍ରୀ ବିଶ୍ୱନାଥ ଜେନା ସ୍ୱାଗତ କରିଥିଲେ ଓ ପରିଶେଷରେ ଶ୍ରୀମତୀ ଅନିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ |


