
ବାଲିଗୁଡା,{ ସୁକାନ୍ତ କୁମାର ତ୍ରିପାଠୀ } : ଶ୍ରୀ ସତ୍ୟସାଇ ସେବା ସମିତି ବାଲିଗୁଡା ଆନୁକୂଲ୍ୟରେ ଚତୁର୍ଥ ପର୍ଯ୍ୟାୟ ସେବକ ପ୍ରଶିକ୍ଷଣ ଶିବିର ରବିବାର ଦିନ ସାଇବିହାର ଠାରେ କୋଭିଡ କଟକଣା କୁ ଆଖିରେ ରଖୀ ଦୂରତ୍ୱ ବଜାୟ ରଖୀ ଅନୁଷ୍ଠିତ ହୋଇ ଯାଇଛି | ଏହି ପ୍ରଶିକ୍ଷଣ ଶିବିର ସକାଳ 8 ଘଣ୍ଟ ଠାରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ଅପରାହ୍ନ ରେ ସାରିଥିଲା | ଉକ୍ତ ଶିବିରରେ ଦାରିଙ୍ଗବାଡି, ନୂଆଗାଁ, କୁଡୁତୁଲି,କୋଟଗଡ ଏବଂ ବାଲିଗୁଡା ରୁ ସାଇ ଭକ୍ତ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଶ୍ରୀ ସତ୍ୟସାଇ ସେବା ସଂଗଠନ ର ଉତ୍ପତି,ବିକାଶ ଓ ଅଗ୍ରଗତି ବିଷୟରେ ବିଭିନ୍ନ ବକ୍ତା ଠାରୁ ଶୁଣିଥିଲେ | ନବଧା ଆଚରଣ ଵିଧି, ବାଳବିକାଶ ର ତାତ୍ପର୍ଯ୍ୟ କୁ ମଧ୍ୟ ବକ୍ତା ମାନେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ | ରାୟଗଡା ରୁ ଆସିଥିବା ଭଉଣୀ ଡ଼ଃ ଗୀତାଞ୍ଜଳି ପାତ୍ର ଏବଂ ଅମ୍ବାଦଳା ରୁ ଆସିଥିବା ଶ୍ରୀ ତ୍ରିନାଥ ପାତ୍ର ଉପସ୍ଥିତ ରହି ସଂଘଠନ ର ବିକାଶ ଓ ନିୟମାବଳୀ ଉପରେ ଆଲୋକ ପାତ କରିଥିଲେ | ଆବାହକ ଶ୍ରୀ ସୁରେନ୍ଦ୍ର ନାଥ ସାହୁ ସ୍ୱାଗତ ସମ୍ଭାଷଣ ଦେଇଥିବା ଶ୍ରୀମତୀ ସସ୍ମିତା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ | ଶେଷରେ ଆଳତି ହୋଇ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଥିଲା |


