Friday, November 13, 2026
Home ଆଞ୍ଚଳିକ ଘୁମୁସର ର ସ୍ବର’ ର ୯୭ତମ ସାହିତ୍ୟ ଆସରରେ ସମ୍ବର୍ଦ୍ଧନା ସହ ପୁସ୍ତକ ଉନ୍ମୋଚନ

ଘୁମୁସର ର ସ୍ବର’ ର ୯୭ତମ ସାହିତ୍ୟ ଆସରରେ ସମ୍ବର୍ଦ୍ଧନା ସହ ପୁସ୍ତକ ଉନ୍ମୋଚନ

122

ବୁଗୁଡ଼ା,୨୮/୦୩(ଜିଲ୍ଲା ଖଵର) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ‘ଘୁମୁସର ର ସ୍ବର’ ପକ୍ଷରୁ ଦୋଳପୂର୍ଣ୍ଣିମା ଅବସରରେ ୯୭ତମ ସାହିତ୍ୟ ଆଲୋଚନାଚକ୍ର, ପୁସ୍ତକ ଉନ୍ମୋଚନ, କବିତା ଆସର ଓ ସମ୍ବର୍ଦ୍ଧନା ସଭା ବାଲିପଦର ନିକଟସ୍ଥ ଝୋଲରୀ‌ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ପ୍ରତିଷ୍ଠାନର ସଭାପତି ଡ଼କ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଝୋଲରୀ, ଖରିଡା ନାମ ସଂକୀର୍ତ୍ତନ ଦଳଙ୍କ ଭକ୍ତିପୁତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗାଳ୍ପିକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଛ ପ୍ରଦାନ କରି ଅତିଥିମାନଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କବି ଅନନ୍ତ କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସର୍ବଶ୍ରୀ ଡାକ୍ତର ପ୍ରଦୀପ୍ତ ଚନ୍ଦ୍ର ସିଂହ, ଡକ୍ଟର ବାୟାମନ୍ୟୁ ଚର୍ଚ୍ଚି, ଡ଼.ବ୍ରଜକିଶୋର ପାଢ଼ୀ, ନେତାଜୀ ବିଷୋୟୀ, ଚିତ୍ତରଞ୍ଜନ ଦାସ, ବାଳକୃଷ୍ଣ ପଟ୍ଟନାୟକ, ଭାସ୍କର ରାଉତ, ପୁର୍ଣ୍ଣଚନ୍ଦ୍ର ଭୋଳ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ.। ଡ଼.ପ୍ରଦୀପ୍ତ ଚନ୍ଦ୍ର ସିଂହଙ୍କ ରଚିତ ପୁସ୍ତକ “ନଈକୂଳରେ ନବେ ବର୍ଷ ” ଉନ୍ମୋଚିତ ହୋଇଥିଲା । ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟ କ୍ରମ କବିତା ପାଠୋତ୍ସବରେ ସର୍ବଶ୍ରୀ ସୁରେଶ ଚନ୍ଦ୍ର ପାଢି, ପ୍ରଫୁଲ ସାହୁ, ଧ୍ରୁବ ପାଣିଗ୍ରାହୀ, ହରପ୍ରସାଦ ଦାସ, କୈଳାଶ ଚନ୍ଦ୍ର ପ୍ରଧାନ, ହରିହର ବିଷୋୟୀ, ଚିତ୍ତରଞ୍ଜନ ଦାସ ବାଳକୃଷ୍ଣ ପଟ୍ଟନାୟକ, ନେତାଜୀ ବିଷୋୟୀ, ଭାସ୍କର ରାଉତ, ପୁର୍ଣ୍ଣଚନ୍ଦ୍ର ଭୋଳ, ରମାକାନ୍ତ ରାଉତ, ସୂର୍ଯ୍ୟ ସାମନ୍ତରା, ସୂର୍ଯ୍ୟ ମଣି ସାବତ, ଖଲି ପରିଡା, ମହେନ୍ଦ୍ର ପଲାଇ,
ଇ.ନିଳାଞ୍ଚଳପାତ୍ର, କେ.ରାଘବପାତ୍ର. ନିରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇଥିଲେ.।ଶେଷରେ ସଂପାଦକ ରତ୍ନାକର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ: ରତ୍ନାକର ମହାରଣା