Thursday, November 12, 2026
Home ଆଞ୍ଚଳିକ କନ୍ଧମାଳ ରେ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଓ ଚାଇଲଡ ଲାଇନ...

କନ୍ଧମାଳ ରେ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଓ ଚାଇଲଡ ଲାଇନ ରୋକିଛି ୭୧ଟି ବାଲ୍ୟ ବିବାହ

56

ବାଲିଗୁଡା,୨୮/୦୩{ ସୁକାନ୍ତ କୁମାର ତ୍ରିପାଠୀ } : ଗତ 2012 ମସିହାରୁ କନ୍ଧମାଳ ଜିଲାରେ କାର୍ଯ୍ୟ କରି ଆସୁଥିବା ଚାଇଲଡ ଲାଇନ ଜିଲାରେ ଶିଶୁ ମାନଙ୍କ ସୁରକ୍ଷା, ଥଇଥାନ ଏବଂ ଉନ୍ନତି ଦିଗରେ ଯଥେଷ୍ଟ କାର୍ଯ୍ୟ କରିଛି। ଆଗକୁ ଏ ଦିଗରେ ଆହୁରି ଅନେକ କରିବାର ଅଛି ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚାଇଲଡ ଲାଇନର ନିର୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି। ଜିଲାରେ ଇତି ମଧ୍ୟରେ ଶିଶୁ ସୁରକ୍ଷା ସଂପର୍କରେ ଜାଗ୍ରତ ବଢିଥିିବା ସହ ହେଲପଲାଇନ 1098 ସଂପର୍କରେ ମଧ୍ୟ ସଚେତନତା ସୃଷ୍ଟି ହୋଇ ପାରିଛି ବୋଲି ସେ କହିଛନ୍ତି। ଅନେକ ସମୟରେ ଚାଇଲଡ ଲାଇନର କର୍ମକର୍ତ୍ତାଙ୍କୁ ପ୍ରତିକୂଳ ପରିସ୍ଥିତିରେ କାମ କରିବାକୁ ପଡୁଥିିଲେ ବି ସଂସ୍ଥାର କର୍ମକର୍ତାମାନେ ଗତ କିଛି ବର୍ଷ ମଧ୍ୟରେ ନିଜର ଦାୟିତ୍ୱ ତୁଲାଇବାରେ ସଫଳ ରହିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଚାଇଲ୍ଡଲାଇନ ପକ୍ଷରୁ 71ଟି ବାଲ୍ୟ ବିବାହ ରୋକାଯାଇଥିବା ବେଳେ 22 ଜଣ ନିର୍ଯ୍ୟାତିତ ଶିଶୁଙ୍କୁ ଉଦ୍ଧାର କରାଯାଇଛି ଏବଂ 15 ଜଣ ଶିଶୁଙ୍କୁ ପ୍ରତିପାଳନ ଓ ଶିକ୍ଷାର ସୁଯେ୍ାଗ ଦିଆଯାଇ ପାରିଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଚାଲାଣ କରାଯାଉଥିବା ବେଳେ 32 ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି ଏବଂ 8 ଜଣ ନିଖୋଜ ଓ ଘରୁ ଚାଲିଯାଇଥିବା ଶିଶୁଙ୍କୁ ଚାଇଲଡ ଲାଇନ କର୍ମକର୍ତ୍ତାମାନେ ଉଦ୍ଧାର କରିଥିବା କୁହାଯାଇଛି। ତେବେ କନ୍ଧମାଳ ଜିଲାରେ ବାଲ୍ୟ ବିବାହ ଏବଂ ଅନ୍ୟାନ୍ୟ ଶିଶୁ ସମସ୍ୟା ସଂପର୍କିତ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ଏ ଅବସରରେ ନିର୍ଦ୍ଦେଶକ ଶ୍ରୀ ପଣ୍ଡା କହିଛନ୍ତି। ଜିଲାରେ ବିଭିନ୍ନ ଭାବେ ନିର୍ଯ୍ୟାତିତ ହେଉଥିବା କିମ୍ବା ବାଲ୍ୟ ବିବାହରୁ ରୋକା ଯାଉଥିବା କିଶୋରୀ ମାନଙ୍କୁ ଉଦ୍ଧାର ପରବର୍ତ୍ତୀ ଦେଖାରଖାର ଆବଶ୍ୟକତା ଉପରେ ଏହି ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲାରେ ଚାଇଲଡଲାଇନର ଆଉ ତିନୋଟି ସବ ସେଣ୍ଟର ସ୍ଥାପନର ଆବଶ୍ୟକତା ରହିଥିବା ନିର୍ଦ୍ଦେଶକ କହିଥିଲେ। ଏ ନେଇ ସରକାରଙ୍କୁ ପ୍ରସ୍ତାବ ।