Home ଆଞ୍ଚଳିକ ଶ୍ରୀମନ୍ଦିରରେ ମୂର୍ତ୍ତି ଖସି ସେବାୟତ ଆହତ

ଶ୍ରୀମନ୍ଦିରରେ ମୂର୍ତ୍ତି ଖସି ସେବାୟତ ଆହତ

48

ପୁରୀ,୨୮/୦୩/୨୧ (ଜିଲ୍ଲା ଖବର) :  ପୁରୀ ଶ୍ରୀମନ୍ଦିରରେ ଅଘଟଣ  । ମୂର୍ତ୍ତି ଖସି ପଡି ଜଣେ ସେବାୟତ ଆହତ । ଶ୍ରୀମନ୍ଦିର ପରିସରରେ ଥିବା ମୁଖ୍ୟ ମନ୍ଦିରର ପଶ୍ଚିମ ପଟେ ଥିବା ଉଗ୍ର ନୃସିଂହ ମନ୍ଦିରର ହିରଣ୍ୟକସ୍ୟପ ମୂର୍ତ୍ତି ଖସି ପଡିଛି  । ଆଜି ସକାଳେ ଉଗ୍ର ନୃସିଂହ ଧାରଣ କରିଥିବା ପ୍ରାୟ 4 ଫୁଟ ଲମ୍ବର ହିରଣ୍ୟ କସ୍ୟପ ମୂର୍ତ୍ତିଟି ଖସି ପଡିଥିଲା। ମନ୍ଦିର ଦାୟିତ୍ୱରେ ଥିବା ବ୍ରାହ୍ମଣ ସେବାୟତ କୁନୁ ମହାପାତ୍ର ଗୁରୁତର ଆହତ ହୋଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ବଡ ଡାକ୍ତରଖାନା ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି।