Tuesday, November 17, 2026
Home ଆଞ୍ଚଳିକ ବନ୍ଦ ଘରୁ କଳା କନା ବୁଲାଇଲେ ଦୁର୍ବୃତ୍ତ

ବନ୍ଦ ଘରୁ କଳା କନା ବୁଲାଇଲେ ଦୁର୍ବୃତ୍ତ

43

 ଗଞ୍ଜାମ, ୨୮/୦୩/୨୧ (ଜିଲ୍ଲା ଖବର) : ଗଞ୍ଜାମ ସୋରଡା ଥାନା ବରାଡି ଗ୍ରାମର ଏକ ବନ୍ଦ ଘରୁ 20 ଭରି ସୁନା ଗହଣା ସହିତ ନଗଦ ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ । ଦିଲୀପ କୁମାର ଦାସଙ୍କ ଘରୁ ଚୋରି ହୋଇଛି। ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ଗତ କିଛିଦିନ ହେଲା ବ୍ରହ୍ମପୁର ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ । ସୁସ୍ଥ ହୋଇ ଆଜି ଘରକୁ ଫେରି ଦେଖିଲା ବେଳକୁ ବାରିପଟ କବାଟ ଭାଙ୍ଗି ସୁନା ଗହଣା, ନଗଦ ଟଙ୍କା, ଆସବାବପତ୍ର ଚୋରି ହୋଇଯାଇଛି । ଏନେଇ ସୋରଡା ଥାନାରେ ଏତଲା ହେବାପରେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି।