
୨୮/୦୩/୨୧ (ଜିଲ୍ଲା ଖବର) : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନରେ ଆଜି ଖେଳାଯିବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଏକଦିବାସୀୟ ମ୍ୟାଚ । ଏହି ସିରିଜ 1-1 ରେ ବରାବର ରହିଥିବା ବେଳେ ଏହି ମ୍ୟାଚ ଜିତି ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଉଭୟ ଟିମ । ଏହି ମ୍ୟାଚରେ ଭାରତ ନିଜର ପ୍ଲେଇଙ୍ଗ ଏକାଦଶରେ ଦୁଇଟି ପରିବର୍ତ୍ତନ କରିପାରେ । ସିରିଜରେ ଫ୍ଲପ ହୋଇଥିବା ଦୁଇ ସ୍ପିନରକୁ ବଦଳାଇପାରେ ଟିମ ଇଣ୍ଡିଆ । ଅନ୍ୟ ପକ୍ଷରେ ଦ୍ଵିତୀୟ ମ୍ୟାଚରେ ବିଜୟ ଲାଭ କରିଥିବା ଭ୍ରମଣକାରୀ ଦଳ ଇଂଲଣ୍ଡ କୌଣସି ପରିବର୍ତ୍ତନ କରିବାର ସମ୍ଭାବନା କମ ରହିଛି ।



