Home ଆଞ୍ଚଳିକ ଭାରସାମ୍ୟ ହରାଇ ଓଲଟିଲା ବସ୍: 10ରୁ ଉର୍ଦ୍ଧ୍ୱ ଆହତ, ଜଣେ ମୃତ

ଭାରସାମ୍ୟ ହରାଇ ଓଲଟିଲା ବସ୍: 10ରୁ ଉର୍ଦ୍ଧ୍ୱ ଆହତ, ଜଣେ ମୃତ

11

ନୟାଗଡ,୨୮/୦୩/୨୧ (ଜିଲ୍ଲା ଖବର) : ନୟାଗଡ ଖଣ୍ଡପଡା ଅଞ୍ଚଳରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବସ । ଦୁର୍ଘଟଣାରେ 10ରୁ ଉର୍ଦ୍ଧ୍ୱ ଆହତ। ବସ ହେଲ୍ପରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରୁ 3 ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟ 7 ଜଣ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ବ୍ରହ୍ମପୁରରୁ କଟକ ବଡମ୍ବା ନରସିଙ୍ଗପୁର ଯାଉଥିବା ଚୌଧୁରୀ ନାମକ ଯାତ୍ରୀବାହୀ ବସ ଦରଦାଠାରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ଖଣ୍ଡପଡା ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।