
ନୂଆଦିଲ୍ଲୀ, ୨୮/୦୩/୨୧ (ଜିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଆଜି ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ମୋଦିଙ୍କ ଏହି କାର୍ଯ୍ୟକ୍ରମ ଦିନ ୧୧ଟାରେ ପୂର୍ବ ଥର ଭଳି ଆକାଶବାଣୀ, ଅଲ ଇଣ୍ଡିଆ ରେଡିଓର ୱେବସାଇଟ www.newsonair.com ଓ ଦୂରଦର୍ଶନରେ ପ୍ରସାରଣ ହେବ । ଏଥି ସହିତ ଏହି କାର୍ଯ୍ୟକ୍ରମ ନ୍ୟୁଜ ଅନଏୟାର ମୋବାଇଲ ଆପ ଜରିଆରେ ମଧ୍ୟ ପ୍ରଚାରିତ ହେବ । ମନ କି ବାତ କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗତ ୧୪ ତାରିଖରେ ସାଧାରଣ ଜନତାଙ୍କୁ ପରାମର୍ଶ ମାଗିଥିଲେ । ସେଦିନ ସେ କହିଥିଲେ ଯେ, ଚଳିତ ବର୍ଷର ୩ୟ ମନ କି ବାତ କାର୍ଯ୍ୟକ୍ରମ ୨୮ ତାରିଖରେ ହେବ ।
ସୂଚନାଯୋଗ୍ୟ, ମୋଦିଙ୍କ ଏହି ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରତି ମାସର ଶେଷ ରବିବାର ଅନୁଷ୍ଠିତ ହୋଇଆସୁଛି । ଆଜି ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ କିଛି ଗୁରୁତ୍ୱ ପ୍ରସଙ୍ଗ ଉପରେ ପରାମର୍ଶ ଦେବେ ।


