Tuesday, November 17, 2026
Home ଆଞ୍ଚଳିକ ଭଞ୍ଜନଗର ଓକିଲ ସଂଘ ର ସଭାପତି ରୂପେ ସନ୍ତୋଷ କୁମାର ନାୟକ ଓ ସମ୍ପାଦକ ରୂପେ...

ଭଞ୍ଜନଗର ଓକିଲ ସଂଘ ର ସଭାପତି ରୂପେ ସନ୍ତୋଷ କୁମାର ନାୟକ ଓ ସମ୍ପାଦକ ରୂପେ ଜ୍ଞାନେଦ୍ର ନାୟକ ନିର୍ବାଚିତ

125

ଗଞ୍ଜାମ,୨୭/୦୩(ଜିଲ୍ଲା ଖଵର) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓକିଲ ସଂଘର ନିର୍ଵାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ରୂପେ ସନ୍ତୋଷ କୁମାର ନାୟକ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ରୂପେ ଜ୍ଞାନେଦ୍ର ନାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ରୂପେ ରଜତ କୁମାର ଦାସ ,ସହ- ସଂପାଦକ ରୂପେ ଧୀରେନ କୁମାର ସ୍ୱାଇଁ,କାର୍ଯ୍ୟକାରୀ ସଦସ୍ୟ ରୂପେ ଛବିଲାଲ ପୃଷ୍ଟି,ଅଜୟ କୁମାର ପ୍ରଧାନ, ଓ ରାମକୃଷ୍ଣ ଦାସ ନିର୍ବାଚିତ ହୋଇଛନ୍ତି।କୋଷାଦକ୍ଷ ରୂପେ ଅରୁଣ କୁମାର ପ୍ରଧାନ ଓ ପାଠାଗାର ସଂପାଦକ ରୂପେ ପାର୍ଥ ସାରଥୀ ଗୌଡ଼ ବିନା ପ୍ରତିଦ୍ବନ୍ଦିତା ରେ ନିର୍ବାଚିତ ହୋଇଥିଲେ। ନିର୍ଵାଚନ ଅଧିକାରୀ ରୂପେ ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ପଣ୍ଡା,ଲଡୁ କିଶୋର ଆଲଟିଆ ନିର୍ଵାଚନ ପରିଚାଳନା କରିଥିବା ବେଳେ ବିମ୍ବାଧର ଷଡ଼ଙ୍ଗୀ, ତ୍ରିନାଥ ମଳିକ ସହାୟତା କରିଥିଲେ। ବରିଷ୍ଠ ଓକିଲ ପ୍ରଦ୍ୟୁମ୍ନ ନାୟକ, ରବି ଦାସ,ଗୋପାଳ କୃଷ୍ଣ ପାଣିଗ୍ରାହୀ,ନିରାକାର ସାହୁ, ବିଷ୍ଣୁ ପ୍ରସାଦ ପ୍ରଧାନ,ସମୀର କୁମାର ନାୟକ,ଅମରେଶ ମହାପାତ୍ର,ଅଶୋକ କୁମାର ଗୌଡ଼,ହରପ୍ରସାଦ ଗୌଡ଼ ସମେତ ବହୁ ଓକିଲ ନିର୍ବାଚିତ ଓକିଲ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ -ନିରାକାର ସାହୁ