
ସୁନ୍ଦରଗଡ଼,୨୭/୦୩(ଜିଲ୍ଲା ଖଵର) : ସୁନ୍ଦରଗଡ ଜିଲ୍ଲା ଓକିଲ ସଂଘ ର ନିର୍ବାଚନ ପ୍ରକ୍ରିୟା ସମାପନ ହେଇଯାଇ ଅଛି । ଯୁବ ଆଇନଜୀବି ଶ୍ରୀ ନରେଶ କୁମାର ନାଏକ ଉପ ସଭାପତି, ପ୍ରଣବ କୁମାର ହାତୀ ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଭାବରେ ରବୀନ୍ଦ୍ର କୁମାର ମାଳି ନିର୍ଦ୍ବନ୍ଦରେ ମନୋନିତ ହୋଇଅଛନ୍ତି ।
ଠିକ ସେହିପରି ଏକସିକ୍ୟୁଟିବ କମିଟି ପାଇଁ ନିର୍ଦ୍ବନ୍ଦରେ ମନୋନୀତ ହୋଇଥିବା ସଦସ୍ୟ ମାନେ ହେଉଅଛନ୍ତି ସତ୍ୟଜିତ ନାଏକ, ପ୍ରେମ କୁମାର, ସତ୍ୟଜିତ ପଣ୍ଡା, ଗୌତମ କୁମାର ହାତୀ, ଏମ. ଡ଼ି. ସମିମ,
ମଙ୍ଗଳ କମିଟି ୫ ଟି ସଦସ୍ୟ ପଦବୀ ରୁ ରଘୁନାଥ ପଣ୍ଡା, ଅଞ୍ଜନା ସାହୁ ନିର୍ଦ୍ବନ୍ଦରେ ମନୋନୀତ ହୋଇଅଛନ୍ତି ଓ ୩ ଗୋଟି ପଦବୀ ପୂରଣ ହୋଇପାରି ନାହିଁ l

ଠିକ ସେହିପରି ସଭାପତି ଓ ସମ୍ପାଦକ ପଦ ପାଇଁ ମତଦାନ ହେଇଥିଲା । ଦୁଇଟି ଯାକ ପଦବୀ ପାଇଁ ୧୫୩ ଖଣ୍ତ ଭୋଟ ପଡିଥିଲା ସଭାପତି ପଦ ପାଇଁ ୩ ଜଣ ପ୍ରାର୍ଥୀ ଥିଲେ ସେଥିମଧ୍ୟରୁ ସୁକାନ୍ତ ମହାପାତ୍ର ଙ୍କ ସପକ୍ଷରେ ୭୭ ଖଣ୍ଡ, କମଳ ସେନ ଙ୍କ ସପକ୍ଷରେ ୭୨ ଖଣ୍ଡ ଓ ଅନ୍ୟ ଜଣଙ୍କ ସପକ୍ଷରେ ମାତ୍ର ୩ ଖଣ୍ଡ ପଡିଥିଲା l ସଭାପତି ପଦରେ ସୁକାନ୍ତ ମହାପାତ୍ର ନିଜର ନିକଟତମ ପ୍ରତିଦ୍ବନ୍ଦୀ କମଳ ସେନ ଙ୍କ ଠାରୁ ୫ ଖଣ୍ଡ ଭୋଟ ଅଧିକା ପାଇ ବିଜୟୀ ହେଇଅଛନ୍ତି l ଠିକ ସେହିପରି ସମ୍ପାଦକ ପଦବୀ ରେ ଅଶୋକ କୁମାର ସ୍ୱାଇଁ ଙ୍କ ସପକ୍ଷରେ ୧୨୪ ଖଣ୍ଡ ମତଦାନ ହୋଇଥିବା ବେଳେ ରାଜେଶ ଟପ୍ପୋ ଙ୍କ ସପକ୍ଷରେ ୨୮ ଖଣ୍ଡ ମତଦାନ ହୋଇଥିଲା ଓ ଅଶୋକ କୁମାର ସ୍ୱାଇଁ ନିଜ ନିକଟ ତମ ପ୍ରତିଦ୍ବନ୍ଦୀ ରାଜେଶ କୁମାର ଟପ୍ପୋ ଙ୍କ ଠାରୁ ୯୬ ଖଣ୍ଡ ଭୋଟ ଅଧିକ ପାଇ ବିଜୟ ଲାଭ କରିଅଛନ୍ତି l
ବିଶ୍ବରଂଜନ ହୋତା,ସୁନ୍ଦରଗଡ଼



