Thursday, November 12, 2026
Home ଆଞ୍ଚଳିକ 80 ଖଣ୍ଡ ଶାଳ ପଟା ଜବତ ଓ ଦୁଇ ଜଣ ଗିରଫ

80 ଖଣ୍ଡ ଶାଳ ପଟା ଜବତ ଓ ଦୁଇ ଜଣ ଗିରଫ

189

ବାଲିଗୁଡା,୨୭/୦୩{ ସୁକାନ୍ତ କୁମାର ତ୍ରିପାଠୀ }: କନ୍ଧମାଳ ଜ଼ିଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳ ର ପୂଜା ଘାଟି ନିକଟରେ ଶନିବାର ବେଲଘର ବନ ବିଭାଗ ଚଢ଼ାଉ କରି ଏକ ପିକଅପ ଗାଡି ରୁ ଅଶିଏ ଖଣ୍ଡ ଶାଳ ପଟା ଜବତ କରିଛି |ବେଲଘର ରେଞ୍ଜର ବିଦ୍ୟାଧର ଯାନୀ ଙ୍କ ପ୍ରତ୍ୟକ୍ଷ ତତ୍ଵା ବଧାନ ରେ ଗୁଛୁକା ଗାଁ ରୁ ତୁମୁଡିବନ୍ଧ କୁ ଚୋରା ଚାଲାଣ ବେଳେ ଅଶିଏ ଖଣ୍ଡ ପିଆଶାଳ ପଟା ଜବତ କରିଥିଲେ l ଏ ନେଇ ବେଲଘର ବନବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରିବା ସହ ପଟା ବୋଝେଇ ଗାଡି ସହ ଡ୍ରାଇଭର ଓ ହେଲପର କୁ ଗିରଫ କରିଛି l ଗିରଫ ଦୁଇ ଜଣ ତୁମୁଡିବନ୍ଧ ର ମଦୁଆ ନାୟକ ଓ ଉଗ୍ରେସନ ନାୟକ l
ଏହି ପଟ୍ଟା ଚୋରା ଚାଲାଣ ରେ କିଛି ଅସାଧୁ କାଠ ବେପାରୀଙ୍କ ସଂପୃକ୍ତି ଥିବା ନେଇ ବନ ବିଭାଗ ସନ୍ଦେହ କରୁଛି l ବିଭାଗ ପକ୍ଷରୁ ତଦନ୍ତ କାରlଯାଉ ଥିବା ରେଞ୍ଜର ବିଦ୍ୟାଧର ଯାନୀ ସୂଚନା ଦେଇଛନ୍ତି |l