Thursday, November 12, 2026
Home ଆଞ୍ଚଳିକ ପଣିସଖୋଲ ଠାରେ ବିଜେପିର ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ

ପଣିସଖୋଲ ଠାରେ ବିଜେପିର ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ

341

ପାତ୍ରପୁର,୨୭/୦୩(ଜିଲ୍ଲା ଖଵର) : ଗଂଜାମ ଜିଲ୍ଲା ପାତ୍ରପୁର ବ୍ଳକ ତଣ୍ଡିପୁର ପଞ୍ଚାୟତ ପଣିସଖୋଲ ଠାରେ ବିଜେପିର ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ ଶୁରଙ୍ଗି ମଣ୍ଡଳ ସଭାପତି ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ୍ ସାମନ୍ତରା ଯୋଗ ଦେଇ ଦଳର ଆଭିମୁଖ୍ୟ ବିଷୟରେ ବିସ୍ତୃତ ଆଲୋଚନା କରିବା ସହ ଦଳ ଆଗାମୀ ଦିନରେ ବୁଥ୍ ସ୍ତରରେ କିପରି ମଜବୁତ ହୋଇ ପାରିବ ସେଥି ପ୍ରତି ଗୁରୁମନ୍ତ୍ର ଦେଇଥିଲେ । ରାଜ୍ୟ ସରକାରଙ୍କ ଅପାରଗତା ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳ କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ପ୍ରଭାରୀ ତଥା ଭାଜପା ଗଞ୍ଜାମ ଜିଲ୍ଲା ଉପ ସଭାପତି ତଥା ଗୁଡିପଦର ସରପଞ୍ଚ y. ମୋହନ ରାଓ, ଜିଲ୍ଲା ଭାଜପା ସମ୍ପାଦିକା ନଗମା, ଇଶୁରୁ ବାଳକୃଷ୍ଣ ରେଡ୍ଡୀ, ଜରଡା ମଣ୍ଡଳ ସଭାପତି ଅଜିତ ପ୍ରଧାନ, ଭାଜପା ଜିଲ୍ଲା ଆଦିବାସୀ ମୋର୍ଚା ସଭାପତି ଧନୁ ଶବର, ସୁରଙ୍ଗୀ ମଣ୍ଡଳ ସାଧାରଣ ସମ୍ପାଦକ ପ୍ରକାଶ ପ୍ରଧାନ, ଅଜୟ ପ୍ରଧାନ, ଲଲିତା ପ୍ରଧାନ, ବାରିକ କୁଣ୍ଡ, M.ବିଷ୍ନୁ , ସଞ୍ଜୟ ମହାନ୍ତି, ଦେବଦତ୍ତ ପଣ୍ଡା, ନିରଞ୍ଜନ ସାହୁ, ଧନୁ ସାହୁ, ବାଳି ମୁଳି, ଧୂବା ସାହୁ, ଡମ୍ବରୁ ସାହୁଙ୍କ ସମେତ ମଣ୍ଡଳର ସମସ୍ତ କାର୍ଯ୍ୟକାରିଣୀ ସଭ୍ୟ ଯୋଗ ଦେଇଥିଲେ ।