Sunday, November 15, 2026
Home ଆଞ୍ଚଳିକ ଭୁବନେଶ୍ୱରରୁ 50 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, 2 ମହିଳା ସମେତ ଜଣେ ଡ୍ରାଇଭର ଗିରଫ

ଭୁବନେଶ୍ୱରରୁ 50 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, 2 ମହିଳା ସମେତ ଜଣେ ଡ୍ରାଇଭର ଗିରଫ

58

ଭୁବନେଶ୍ୱର, ୨୭/୦୩/୨୧ (ଜିଲ୍ଲା ଖବର) :  ମହିଳା ସାଜୁଛନ୍ତି ମୋହରା । ଗଞ୍ଜେଇ ଚାଲାଣର ନୂଆ ଟ୍ରିକ୍‌ । ଗଞ୍ଜେଇ ସପ୍ଲାଏ ପାଇଁ ମହିଳାଙ୍କୁ କରାଯାଉଛି ଢାଲ ।  ପୋଲିସ ଓ ଅବକାରୀ ଭୟରୁ ଖସି ଯିବାକୁ ମହିଳା ସାଜିଛନ୍ତି ସପ୍ଲାଏର ମାଧ୍ୟମ  ।  ମହିଳାଙ୍କୁ ମୋହରା କରି ୫୦ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଚାଲାଣ ବେଳେ ସୁରାକ ପାଇଥିଲା ଭୁବନେଶ୍ବର ଅବକାରୀ ଟିମ । ଏନେଇ ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ବଡ ସପିଂ ମଲ ସାମ୍ନାରେ ଗାଡିକୁ ଅଟକାଇ ଯାଞ୍ଚ ବେଳେ ଧରାପଡିଥିଲା ଗଞ୍ଜେଇ ବୋଝେଇ ଟାଟା ଏସି । ଦୁଇ ଜଣ ମହିଳା ସମେତ ଜଣେ ଡ୍ରାଇଭରକୁ ଗିରଫ କରିବା ଗାଡିକୁ ଜବତ କରିଛି ଅବକାରୀ ଟିମ  ।