
ନୂଆଦିଲ୍ଲୀ, ୨୭/୦୩/୨୧ (ଜିଲ୍ଲା ଖବର) : ନ୍ୟୁୟର୍କରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ରେଷ୍ଟୁରାଣ୍ଟ ସୋନାର ଶୁଭାରମ୍ଭ ହୋଇ ଯାଇଛି । ପ୍ରିୟଙ୍କା ତାଙ୍କ ରେଷ୍ଟୁରାଣ୍ଟ ଅପନିଙ୍ଗ ହୋଇଥିବା ଅଫିସିଆଲ ଆନାଉନସମେଣ୍ଟ କରି , ରେଷ୍ଟୁରାଣ୍ଟ ରେ ପରୋସା ଯାଇଥିବା ଭାରତୀୟ ବ୍ୟଞ୍ଜନର ଫଟୋ ସେୟାର କରିଛନ୍ତି । ଭାରତର ବିଭିନ୍ନ ସ୍ଥାନର ପ୍ରସିଦ୍ଧ ଖାଦ୍ୟ ମେନ୍ୟୁରେ ଦେଖିବାକୁ ମିଳୁଛି । ପ୍ରିୟଙ୍କା ତାଙ୍କ ରେଷ୍ଟୁରାଣ୍ଟର ଫଟୋ ସେୟାର କରିଛନ୍ତି । ଖାଦ୍ୟରେ ଦୋସା, ପକୋଡି, ନାନ୍, ଚଟଣୀ, ଡିଜର୍ଟ ଇତ୍ୟାଦି ସାମିଲ ରହିଛି । ଯାହାର ଫଟୋ ପ୍ରିୟଙ୍କା ସେୟାର କରିଛନ୍ତି । ସେ ରେଷ୍ଟୁରାଣ୍ଟ ଭିତର ଫଟୋ ସେୟାର କରି ତା ମାଧ୍ୟମରେ ସେଠାକାର ଇଣ୍ଡିଆନ୍ ଟଚ୍ ଦେଖାଇବାକୁ ଚେଷ୍ଟା କରିଛନ୍ତି । ତାଙ୍କ ରେଷ୍ଟୁରାଣ୍ଟ ଖୋଲିବା ପରେ ସେଠାରେ ଭିଡ ମଧ୍ୟ ଲାଗିରହୁଛି । ମେନ୍ୟୁରେ ଦହି,କଚୋଡି,କୁଲଚା,କୋରମା,ଫିସ୍ କରି,ବଟର ଚିକେନ୍ ଭଳି ବିଭିନ୍ନ ପ୍ରକାର ବ୍ୟଞ୍ଜନ ସାମିଲ ରହିଛି ।


