
ଆବଶ୍ୟକ ସାମଗ୍ରୀ-
ଫୁଲକୋବି, ଗ୍ରୀନ୍ ମଟର, ଘିଅ, ଗୋଲମରିଚ ଗୁଣ୍ଡ, ଧନିଆ ପାଉଡର, ଅଦା, ବେସନ୍, ହିଙ୍ଗୁ, ଜିରା, ଲୁଣ, ହଳଦୀ ପାଉଡର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଫୁଲକୋବିକୁ ଛୋଟଛୋଟ କାଟି ଧୋଇ ରଖିବେ । ତାପରେ ଗ୍ରୀନ୍ ମଟରକୁ ଚୋପା ଛଡେଇ ରଖିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ଘିଅ ପକାଇବେ । ଘିଅ ଗରମ ହେବାପରେ ସେଥିରେ ହିଙ୍ଗୁ, ଜିରା ପକାଇ ଫ୍ରାଏ କରିବେ । ତାପରେ ସେଥିରେ କଟା ଫୁଲକୋବି ଏବଂ ଲୁଣ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଲୁଣ ଏବଂ ହଳଦୀ ପାଉଡର ପକାଇ ଭଲଭାବେ ଗୋଳାଇବେ । ତାପରେ ସେଥିରେ ଅଳ୍ପ ପାଣି ପକାଇ କୋବିକୁ ସିଝିବାକୁ ଛାଡିବେ । ଦେଖିବେ କୋବି ହାଲ୍କା ସିଝି ଆସିଲେ ସେଥିରେ ଗ୍ରୀନ ମଟର ପକାଇ ମିକ୍ସ କରିବେ । ଏହାପରେ ସେଥିରେ କଟା ଅଦା ପକାଇ ଅଳ୍ପ ସମୟ ପୁଣି ସିଝିବାକୁ ଛାଡିବେ । ଏହାପରେ ସେଥିରେ କିଛି ଶୁଖିଲା ବେସନ୍, ଧନିଆ ପାଉଡର ପକାଇ ଭଲଭାବେ ମିକ୍ସ କରି ଘୋଡଣି ଘୋଡାଇ ଅଳ୍ପ ସମୟ ଛାଡିବେ । ଏହାପରେ ଘୋଡଣୀ କାଢି ସେଥିରେ ଗୋଲମରିଚ ଗୁଣ୍ଡ ପକାଇ ମିକ୍ସ କରି କିଛି ସମୟ ଛାଡିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା କୋବି ମଟର ମସ୍ତି । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।


