
ନୂଆଦିଲ୍ଲୀ, ୨୭/୦୩/୨୧ (ଜିଲ୍ଲା ଖବର) : କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି । ଯାହାକୁ ନେଇ ସମସ୍ତଙ୍କ ଚିନ୍ତା ବଢି ଯାଇଛି । ନିକଟରେ ବଲିଉଡରେ କରୋନାର ପ୍ରଭାବ ବେଶ ପଡିଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଅନେକ୍ କଳାକାର କରୋନା ସଂକ୍ରମିତ ହୋଇଛନ୍ତି । ତେବେ ଏହି ଲିଷ୍ଟରେ ଏବେ ସାମିଲ ହୋଇଛନ୍ତି ଅଭିନେତା ପରେଶ ରାୱଲ ।
ସେ କରୋନା ସଂକ୍ରମିତ ହୋଇଛନ୍ତି । ସେ ତାଙ୍କ ଟ୍ୱିଟର ଆକାଉଂଟରେ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । ହେଲେ ଏଥିରେ ସବୁଠାରୁ ବଡ କଥା ହେଉଛି, କିଛି ଦିନ ପୂର୍ବରୁ ପରେଶ ରାୱଲ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ଲଗାଇଥିଲେ । କିନ୍ତୁ ଏହାପରେ ମଧ୍ୟ ଏବେ ସେ କରୋନା ସଂକ୍ରମିତ ହୋଇଛନ୍ତି ।
ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଦୁଭାର୍ଗ ଯେ ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଗତ ୧୦ ଦିନ ଧରି ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ନିବେଦନ ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ‘ ।




