Home ଆଞ୍ଚଳିକ ଆଇପିଏଲ ୨୦୨୧: ଚେନ୍ନାଇ ସୁପର କିଙ୍ଗସ ପରେ ପ୍ରଶିକ୍ଷଣ ଆରମ୍ଭ କଲେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି

ଆଇପିଏଲ ୨୦୨୧: ଚେନ୍ନାଇ ସୁପର କିଙ୍ଗସ ପରେ ପ୍ରଶିକ୍ଷଣ ଆରମ୍ଭ କଲେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି

12

୨୭/୦୩/୨୧ (ଜିଲ୍ଲା ଖବର) : ଚଳିତ ବର୍ଷ ଆଇପିଏଲ ନିମନ୍ତେ ପ୍ରଥମ ଦଳ ଭାବେ ପ୍ରଶିକ୍ଷଣ ଆରମ୍ଭ କରିଥିଲା ଚେନ୍ନାଇ ସୁପର କିଙ୍ଗସ । ଦଳ ପ୍ରଥମେ ଚେନ୍ନାଇ ଏବଂ ଏବେ ମୁମ୍ବାଇରେ ତାଙ୍କର ପ୍ରଶିକ୍ଷଣ ଶିବିର ଜାରି ରଖିଛନ୍ତି । ଚେନ୍ନାଇ ପରେ ଗତକାଲି ଅଭ୍ୟାସ ନିମନ୍ତେ ପଡିଆକୁ ଓହ୍ଲାଇଛନ୍ତି ଡିଫେଣ୍ଡିଙ୍ଗ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି । ସୌରଭ ତିୱାରୀ, ଇଶାନ କିଶାନ, ପୀୟୂଷ ଚାୱାଲା, କ୍ରିସ ଲିନ, ନାଥାନ କଲଟର ନାଇଲ ଆଦି ଖେଳାଳି ସେମାନଙ୍କ କ୍ୱାରେଣ୍ଟିନ ଅବଧି ସାରିବା ପରେ ପଡିଆକୁ ଓହ୍ଲାଇ ଅଭ୍ୟାସ ଆରମ୍ଭ କରିଥିବାର ଦେଖିବାକୁ ମିଳିଛି । ଗତ ବର୍ଷ ଆଇପିଏଲ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲସକୁ ହରାଇ ପଂଚମ ଥର ପାଇଁ ଆଇପିଏଲ ଟ୍ରଫି ଜିତିଥିଲା ମୁମ୍ବାଇ । ସେହିପରି ୨୦୧୯ ଏବଂ ୨୦୨୦ ରେ ଟ୍ରଫି ଜିତିଥିବା ମୁମ୍ବାଇ ଚଲିତ ବର୍ଷ ହାଟ୍ରିକ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛି । ଅପ୍ରେଲ ୯ ରେ ଆଇପିଏଲ ୨୦୨୧ର ଉଦଘାଟନୀ ମ୍ୟାଚରେ ଆରସିବି ବିପକ୍ଷରେ ଅଭିଯାନ ଆରମ୍ଭ କରିବ ମୁମ୍ବାଇ ।