Thursday, November 12, 2026
Home ମୁଖ୍ୟ ଖବର ତୁଳସୀ ଆଇସ୍ ଟି

ତୁଳସୀ ଆଇସ୍ ଟି

11

ଆବଶ୍ୟକ ସାମଗ୍ରୀ-

ପାଣି, ଚିନି, ଲୁଣ, ଚା’ପତି, ତୁଳସୀ ପତ୍ର, ବରଫ, ଲେମ୍ବୁ ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଗ୍ୟାସ୍‌ରେ ସସ୍‌ପେନ୍ ବସେଇ ପାଣି ଢାଳି ଫୁଟାଇବେ । ପାଣି ଫୁଟି ଆସିବା ସମୟରେ ସେଥିରେ ଚିନି , ସାମାନ୍ୟ ଲୁଣ ଏବଂ ଚା’ପତି ପକାଇ କିଛି ସମୟ ଫୁଟାଇବେ ।  ଦେଖିବେ ଏହା ଭଲଭାବେ ଫୁଟିଯିବା ପରେ  ଗ୍ୟାସ୍ ବନ୍ଦ କରି ତାକୁ ଏକ କପ୍‌କୁ ଛାଣି ରଖିବେ । ଏହାପରେ ଆଉ ଏକ କାଚ ଗ୍ଲାସ୍ ନେଇ ସେଥିରେ କିଛି ପତଳା ପତଳା ଗୋଲଗୋଲ କଟା ହୋଇଥିବା ଲେମ୍ବୁ ପକାଇବେ । ତାପରେ ସେଥିରେ ତୁଳସୀ ପତ୍ରକୁ ଛିଡାଇ ପକାଇବେ । ଏହାପରେ ସେଥିରେ ବରଫ ପକାଇ  ତାପରେ ସେଥିରେ ଛାଣି ରଖିଥିବା ଚା’ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ଲେମ୍ବୁ ରସ ପକାଇ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ତୁଳସୀ ଆଇସ୍ ଟି’ । ଏବେ ଏହାର ମଜା ନେଇ ପାରିବେ ।