Sunday, November 15, 2026
Home ଆଞ୍ଚଳିକ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ: ଆସାମର 47, ପଶ୍ଚିମବଙ୍ଗ 30 ଆସନ ପାଇଁ ହେବ...

ଆଜି ପ୍ରଥମ ପର୍ଯ୍ୟାୟ ମତଦାନ: ଆସାମର 47, ପଶ୍ଚିମବଙ୍ଗ 30 ଆସନ ପାଇଁ ହେବ ଭୋଟିଂ

61

୨୭/୦୩/୨୧ (ଜିଲ୍ଲା ଖବର) : ଆଜି ପ୍ରଥମ ଲଢେଇ । ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ ଆସାମର 47 ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଏଥିରେ 264 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ଏଥିରେ 23 ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ 11 ହଜାର 537ଟି ପୋଲିଂ ଷ୍ଟେସନ କରାଯାଇଛି । 50 ପ୍ରତିଶତ ପୋଲିଂ ଷ୍ଟେସନକୁ ୱେବ କାଷ୍ଟିଂ ସିଷ୍ଟମରେ ପବର୍ତ୍ତନ କରାଯାଇଛି । ସେହିପରି ପଶ୍ଚିମବଙ୍ଗର 5ଟି ଜିଲ୍ଲାର ୩୦ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁର, ପୁରୁଲିଆ, ଝାରଗ୍ରାମ ଏବଂ ବନକୁରାରେ ମତଦାନ ହେବ । ଏଥିରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧିନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୯୧ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ପଶ୍ଚିମବଙ୍ଗରେ ବିପୁଳ ପରିମାଣରେ ଅର୍ଦ୍ଧସାମରିକ ବାହନୀ ନିୟୋଜିତ କରାଯାଇଛି । ଏହାସହ ରାଜ୍ୟର ସୀମା ଗୁଡିକୁ ଉପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ତୀଷ୍ନ ନଜର ରଖାଯାଇଛି ।