Sunday, October 18, 2026
Home ଜିଲ୍ଲା ଅନୁଗୁଳ ରେଙ୍ଗାଳି ଜଳ ଭଣ୍ତାରକୁ ଡେଇଁ ବ୍ୟକ୍ତିଙ୍କ ଆତ୍ମହତ୍ୟା

ରେଙ୍ଗାଳି ଜଳ ଭଣ୍ତାରକୁ ଡେଇଁ ବ୍ୟକ୍ତିଙ୍କ ଆତ୍ମହତ୍ୟା

20

ଅନୁଗୁଳ, ୨୭/୦୩/୨୧ (ଜିଲ୍ଲା ଖବର) : ଅନୁଗୁଳ କଣିହାଁ ସ୍ଥିତ ରେଙ୍ଗାଳି ଜଳ ଭଣ୍ତାରକୁ ଡେଇଁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା  ବ୍ୟକ୍ତି ଜଣକ ହେଲେ କଣିହାଁ ଥାନା ସାନତ୍ରିବିଡା ଗ୍ରାମ ଅଖିଳ ସାହୁ ।  ଏବଂ ସେ ଢେ଼ଙ୍କାନାଳ ପରଜଙ୍ଗ ଅଞ୍ଚଳର ବୋଲି ଜଣା ପଡ଼ିଛି । ସେ ଏନଟିପିସି ଅଞ୍ଚଳରେ ରଙ୍ଗ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । କିନ୍ତୁ କୌଣସି କାରଣରୁ ପାରିବାରିକ କଳହ ଲାଗି ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।  ଫଳରେ ଘଟଣା ସ୍ଥଳରେ ସାଇକେଲ, ମୋବାଇଲ ଓ ଚପଲ ଛାଡି ଦେଇଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ରେଙ୍ଗାଳି ପୋଲିସ, ଅଗ୍ନିସମ ଓ ଓଡ୍ରାଫ୍ ବିଭାଗ ପହଞ୍ଚି ୮ଘଣ୍ଟା ଖୋଜାଖୋଜି ପରେ ମୃତ ଦେହ ଉଦ୍ଧାର ହୋଇଛି ।