
ଗଜପତି, ୨୭/୦୩/୨୧ (ଜିଲ୍ଲା ଖବର) : ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଶରଣାର୍ଥିଙ୍କ ଉତ୍ପାତର ଭିଡିଓ ଭାଇରାଲ ଘଟଣା । ଗଜପତି ବାସିଙ୍କୁ ମର୍ମାହତ କରିଛି । ଜିଲ୍ଲାର ଅନେକ ସଂଙ୍ଗଠନ, ବୁଦ୍ଧୀଜିବି, ଭକ୍ତ, ଶ୍ରଦ୍ଧାଳୁ ଉତ୍ତେଜିତ ହେବାରେ ଲାଗିଛନ୍ତି । ଏନେଇ ଗଜପତି ଜିଲ୍ଲା ପାରଳା ଯୁବକ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ସ୍ମାରକ ପତ୍ରରେ ମହେନ୍ଦ୍ରଗିରିର ସୁରକ୍ଷା ଓ ତିବ୍ବତୀୟ ଶରଣାର୍ଥିଙ୍କ ଦ୍ୱାରା ହୋଇଥିବା ଆପତିଜନକ କାର୍ଯ୍ୟକଳାପର ତଦନ୍ତ ଓ ଦଣ୍ଡବିଧାନ ପାଇଁ ଦାବୀ ହୋଇଛି । କିଛି ଶରଣାର୍ଥୀ ଯୁବକଯୁବତୀ ମହେନ୍ଦ୍ରଗିରି ଭ୍ରମଣ କରିବାକୁ ଯାଇ ଆମିସ ଭୋଜନ କରିଥିବା ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଏପରିକି ଭିମ ମନ୍ଦିର ଉପରେ ନିଜ ତିବ୍ବତୀୟ ଧର୍ମର ପତକା ଉଡାଇଥିଲେ । ଏବଂ ଯୋତା ପିନ୍ଧି ମନ୍ଦିରରେ ପ୍ରବେସ କରିଥିଲେ । ଏବଂ ପରେ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଅପଲୋଡ କରିଛନ୍ତି । ତେଣୁ ଏହି ଯୁବ ଶରଣାର୍ଥିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଟାନ ପାଇଁ ଦାବୀ କରିଛି ସଂଘ ।



