Sunday, November 15, 2026
Home ଆଞ୍ଚଳିକ ପଶ୍ଚିମବଙ୍ଗ- ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଆରମ୍ଭ, ବିପୁଳ ସଂଖ୍ୟାରେ ମତଦାନ କରିବାକୁ ମୋଦିଙ୍କ ଅପିଲ

ପଶ୍ଚିମବଙ୍ଗ- ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଆରମ୍ଭ, ବିପୁଳ ସଂଖ୍ୟାରେ ମତଦାନ କରିବାକୁ ମୋଦିଙ୍କ ଅପିଲ

15

୨୭/୦୩/୨୧ (ଜିଲ୍ଲା ଖବର) :  ପଶ୍ଚିମବଙ୍ଗ  ଏବଂ ଆସାମା ବିଧାନସଭା ନିର୍ବାଚନ ପାଇଁ ଭୋଟ ଆରମ୍ଭ ହୋଇଛି ।  ଆଜି ପଶ୍ଚିମଙ୍ଗର 5 ଜିଲ୍ଳାର 30 ଟି ବିଧାନସଭା  ସିଟ୍‌ ପାଇଁ  ମତଦାତାମାନେ ମତଦାନ କରୁଛନ୍ତି  ।  ସେହିପରି ଆସାମର  47ଟି  ସିଟ୍‌ ପାଇଁ  ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ ଯାଏ ଭୋଟ୍ ଗ୍ରହଣ କରାଯିବ । ସେହିଭଳି ଆସାମରେ ଭୋଟିଂ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ହେବ ।   ବାଂଲାଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଓ ଆସାମବାସୀଙ୍କୁ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ଟ୍ୱିଟ୍ କରିଛନ୍ତି  ।