Wednesday, November 11, 2026
Home ଆଞ୍ଚଳିକ ବଦଳିଲା NIT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି, ଅନଲାଇନରେ ହେବ ପରୀକ୍ଷା

ବଦଳିଲା NIT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି, ଅନଲାଇନରେ ହେବ ପରୀକ୍ଷା

35

 ଭୁବନେଶ୍ୱର, ୨୭/୦୩/୨୧ (ଜିଲ୍ଲା ଖବର) : ବଦଳିଲା NIT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି । ଅନଲାଇନରେ ହେବ ପରୀକ୍ଷା । ଅନଲାଇନ୍‌ ପରୀକ୍ଷା କରିବାକୁ ରାଉରକେଲା NIT କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।  ପରୀକ୍ଷା ସମୟ ଓ ତାରିଖ ପାଇଁ ଆଉ ଥରେ ପ୍ରକାଶ ପାଇବ ବିଜ୍ଞପ୍ତି । ପୂର୍ବରୁ ଅଫଲାଇନ୍‌ ପରୀକ୍ଷା ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ବିରୋଧ କରିଥିଲେ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବିରୋଧ କରିଥିଲେ ଛାତ୍ରଛାତ୍ରୀ । ଏହାସହ ସପ୍ତାହକ ମଧ୍ୟରେ କ୍ୟାମ୍ପସ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।