
ଜଟଣୀ,୨୭/୦୩(ଜିଲ୍ଲା ଖଵର) : ତାପମାତ୍ରା ବଢିଚାଲିଥିବା ବେଳେ ଜଟଣୀ ସହରରେ ଏପର୍ଯ୍ୟନ୍ତ କୈାଣସି ସଂଗଠନ କିମ୍ବା ପୈାରପରିଷଦ ପକ୍ଷରୁ ଜଳଛତ୍ରଟିଏ ଖୋଲିନାହିଁ । ଫଳରେ ଲୋକମାନଙ୍କ ଚାହିଦା ମୃଦ୍ୟୁପାନୀୟ ଉପରେ ନିର୍ଭର କରୁଛି । ଗ୍ରୀଷ୍ମପ୍ରଭାବରୁ ରକ୍ଷାପାଇିବାଲାଗି ଥଣ୍ଡା ମୃଦ୍ୟୁପାନୀୟକୁ ଲୋକମାନେ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ତେଣୁ ସେହି କ୍ରମରେ ମୃଦ୍ୟୁପାନୀୟ ନିର୍ମାତା କମ୍ପାନୀମାନେ ନିର୍ମାଣ ଅବଧୀ ଓ କାର୍ଯ୍ୟକ୍ଷମର ଅନ୍ତିମ ତିଥୀ ଏହି ମୃଦ୍ୟୁପାନୀୟ ବୋତଲରେ ଉଲେଖ କରିଥାନ୍ତି । ମାତ୍ର ଏହିପରି ଜଟଣୀ ବାଛରାପାଟଣା ପ୍ରେସଛକଠାରେ ଥିବା ଦୈାପଦୀ ବରାଳଙ୍କ ଦୋକାନକୁ ରାଜାବଜାର ଅଂଚଳର ଜଣେ ବ୍ୟବସାୟୀ ୭ଅପ ନାମକ ମୃଦ୍ୟୁପାନୀୟର ୩ଟି ଟ୍ରେ ଦେଇଥିଲେ । ମାତ୍ର ଦୈାପଦୀ ୧ଟି ଟ୍ରେ କୁ ଦୋକାନରେ ରଖିଥିବା ବେଳେ ଜଣେ ଗ୍ରାହକ ଏହାକୁ କିଣିଥିଲେ । ଗ୍ରାହକଜଣଙ୍କ ଏହାକୁ ଏକ ଚତୁର୍ଥାଶଂ ପିଇବାପରେ ବୋତଲରେ ଏକ ଆବର୍ଜନା ପଡିଥିବା ଦେଖିବାକୁ ପାଇଥିଲେ । ଗ୍ରାହକ ଜଣଙ୍କ ଘଟଣାସ୍ଥଳରେ ପ୍ରଥମେ ବାନ୍ତି କରିପକାଇଥିଲେ । ବୋତଲଟିକୁ ଦୋକାନୀଙ୍କ ନିକଟରେ ରଖି ପଳାଇଥିଲେ । ତେବେ ଏନେଇ ଦୈାପଦୀ ଆଣିଥିବା ବ୍ୟବସାୟୀଙ୍କ ନିକଟକୁ ଅଭିଯୋଗ ନେଇ ଯାଇଥିବା ବେଳେ ବ୍ୟବସାୟୀ ଅନୁପସ୍ଥିତ ଯୋଗୁଁ ଫେରିଆସିଥିବା କହିଛନ୍ତି । ହେଲେ ଏହି ମୃଦ୍ୟୁପାନୀୟରେ କିପରି ଆବର୍ଜନା ଖଣ୍ଡ ଆସିଲା, ଏବଂ ଏହାର ମାନ ଯାଂଚ କରାଯାଇଥିଲା କି ନାହିଁ ସେନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।
ରୀପୋର୍ଟ ସଞ୍ଜୀବ କୁମାର


