Tuesday, November 17, 2026
Home ଆଞ୍ଚଳିକ ବାଲିଗୁଡା ବ୍ଲକରେ ବ୍ଲକ୍ ସ୍ତରୀୟ ଟାସ୍କ ଫୋର୍ସ କମିଟି ର ବୈଠକ ଅନୁଷ୍ଠିତ

ବାଲିଗୁଡା ବ୍ଲକରେ ବ୍ଲକ୍ ସ୍ତରୀୟ ଟାସ୍କ ଫୋର୍ସ କମିଟି ର ବୈଠକ ଅନୁଷ୍ଠିତ

92

ବାଲିଗୁଡା,୨୭/୦୩{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକରେ ଆଜି ଟାସ୍କ ଫୋର୍ସ କମିଟି ର ବୈଠକ କମିଟିର ସଭ୍ୟ, ସଭ୍ୟା ଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁକ୍ଷତ ବାଲ୍ୟ ବିବାହ ରୋକିବା ସକାଶେ ଏହି କମିଟି କାର୍ଯ କରିବା ସକାଶେ ଉଦ୍ଦେଶ୍ୟ ବୋଲି କମିଟି ର ଆବାହିକା ଶ୍ରୀମତୀ ଅନୀତା ଦାସ, ସିଦିପିଓ କହିଥିଲେ ।ଏହି ବୈଠକରେ ବାଲିଗୁଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରମାଦ କୁମାର ମଲ୍ଲିକ, ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଡ. ଜଗଦୀଶ ଷଡ଼ଙ୍ଗୀ, ଶିଶୁ ବିକାଶ ଯୋଜନା ଅଧକାରୀ ଶ୍ରୀମତୀ ଅନୀତା ଦାସ, କନ୍ଧମାଳର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରନ, ବନବାସୀ ଅନୁଷ୍ଠାନର ସହ ସମ୍ପାଦକ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା, LSM ର ସମ୍ପାଦକ ଵିକ୍ରମ ଦିଗାଲ ଓ ବ୍ଲକ୍ ର ଭିବିନ୍ନ ଅଧକାରୀ ତଥା ବାଲିଗୁଡା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ର ସରପଞ୍ଚ ମାନେ ଏହି ବୈଠକ ରେ ଉପସ୍ଥିତ ଥିଲେ । ସିଡ଼ିପିଓ ସଭାଟିକୁ ପଚାଳନା କରିଥିଲେ | ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରମାଦ କୁମାର ମଲ୍ଲିକ ଅଧ୍ୟକ୍ଷତା କହିଥିଲେ, କନ୍ଧମାଳର ଡିସିପିଓ ରାସ୍ମିତା କରଣ ବାଲ୍ୟ ବିବାହ ରୋକିବା ବିଷୟ ପୁଙ୍ଖାନୁପୁଙ୍ଖ ଭାବରେ ଭୁଝାଇ ଥିଲେ । ତତସହିତ କନ୍ଧମାଳ ଜିଲ୍ଲାରେ 15 ଟି ଶିଶୁ ଯତ୍ନ ଅନୁଷ୍ଠାନ ରେ କେଉଁ ଭଳି ପିଲାମାନେ ରହୁଛନ୍ତି ସେ କଥା ପ୍ରକାଶ କରିଥିଲେ ଏବଂ SAA ବିଷୟରେ କେଉଭଳି ପିଲାମାନଙ୍କୁ ଯତ୍ନ ରେ ରଖାଯାଉଅଛି ସେ ବିଷୟରେ ପ୍ରକାଶ କରିଥିଲେ, ତତ ସହିତ ଶିଶୁ ଯତ୍ନ ଅନୁଷ୍ଠାନର ଦିଆଇ ହେଇଥିବା ଗୋଟାଏ ପିଲାକୁ ମାସିକ 2000 ଟଙ୍କା ସାହାଯ୍ୟ କରୁଥିବା କଥା ପ୍ରକାଶ କରିଥିଲେ । ବାଲିଗୁଡା BDO ପ୍ରକାଶ କରିଥିଲେ ଯେ ବାଲ୍ୟ ଵିଵାହ ବନ୍ଦ ହେବା ଦରକାର ଅଛି ଓ ସମସ୍ତ ପିଲାମାନେ ଯେପରି ତାଙ୍କରି ମୌଳିକ ଅଧିକାରକୁ ନ ହରାନ୍ତି ଏଥିପାଇଁ ଆମେ ସମସ୍ତେ ଜାଗ୍ରତ ହେବା ଆବଶ୍ୟକ, ବନବାସୀ ଅନୁଷ୍ଠାନର ସହ ସମ୍ପାଦକ ଶ୍ରୀ ରବୀନ୍ଦ୍ର ପଣ୍ଡା 2030 ମସିହା ସୁଧା ଆମ କନ୍ଧମାଳ ଜିଲ୍ଲାରେ ସଂପୂର୍ଣ୍ଣ ବାଲ୍ୟ ଭିବାହ ମୁକ୍ତ ହେବା କଥା ପ୍ରକାଶ କରିଥିଲେ ।